ଚିଲିକାରେ ଚାଲିଛି ବେଧଡ଼କ ପକ୍ଷୀ ଶିକାର

ଚିଲିକା : ଚିଲିକାର ସୋରଣ ଜେଟି ନିକଟରୁ ବନ୍ୟପ୍ରାଣୀ ବିଭାଗ ୭୦ରୁ ଅଧିକ ମୃତ ବିଦେଶୀ ପକ୍ଷୀ ଜବତ କରିଛି। ୪ଟି ଅଖାରେ ଭର୍ତ୍ତିକରି ୪ଜଣ ଦୁର୍ବୃତ୍ତ ମୃତପକ୍ଷୀ ନେଉଥିବା ଖବର ପାଇ ବନ୍ୟପ୍ରାଣୀ ବିଭାଗ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଘଟଣା ସ୍ଥଳରୁ ୪ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।

ବନ୍ୟପ୍ରାଣୀ ବିଭାଗ ୪ଟି ଅଖାରେ ଭର୍ତ୍ତି ମୃତ ପକ୍ଷୀ, ଦୁର୍ବୃତ୍ତ ବ୍ୟବହାର କରିଥିବା ବାଇକ ଜବତ କରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଜବତ ବାଇକ ସ୍ଥାନୀୟ ଲୋକଙ୍କର ହୋଇଥିବାରୁ ବନ୍ୟପ୍ରାଣୀ ବିଭାଗ ଅଧିକାରୀଙ୍କୁ ଅଟକ ରଖିଥିଲେ। ସ୍ଥାନୀୟ ଲୋକେ  ପୁଲିସ ପହଞ୍ଚି ବନ୍ୟପ୍ରାଣୀ ଅଧିକାରୀଙ୍କୁ ଉଦ୍ଧାର କରିଥିଲା

You might also like