ଟିଉସନ୍ରୁ ଘରକୁ ଫେରିବା ବାଟରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ରାଜପୁର ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ପରିବାର ପକ୍ଷରୁ ଏନେଇ ବ୍ରଜରାଜନଗର ଥାନାରେ ଏତଲା ଦିଆଯାଇଛି।
ଚାଇଲ୍ଡ ଲାଇନ୍ର ଜିଲ୍ଲା ସଂଯୋଜକ ପୋଲିସ୍ ସହ ମିଶି ପୀଡିତାଙ୍କ ଗାଁକୁ ଯାଇ ତଦନ୍ତ କରିଛନ୍ତି।
ଗତ ୧ ତାରିଖ ସନ୍ଧ୍ୟାରେ ନାବାଳିକା ଟିଉସନ୍ ଯାଇଥିଲେ। ସ୍ୱାମୀ ଘରେ ନ ଥିବାରୁ ଝିଅକୁ ଆଣିବା ପାଇଁ ସମ୍ପୃକ୍ତ ନାବାଳିକାଙ୍କ ମା’ ସେହି ଗ୍ରାମର ଜଣେ ଯୁବକଙ୍କୁ କହିଥିଲେ। ତେବେ ନାବାଳିକାକୁ ଘରକୁ ଆଣିବା ସମୟରେ ବାଟରେ ଉକ୍ତ ଯୁବକ ଜଣକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।