୭  ବର୍ଷର ଶିଶୁକୁ ୧୦ ଚେଙ୍କ

ସୁନ୍ଦରଗଡ଼ ବୀରମିତ୍ରପୁର ଅଞ୍ଚଳରେ ଚେଙ୍କ ଚିକିତ୍ସା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଦାମଡ଼ାପଡା ଅଞ୍ଚଳରେ ପୁଣି ଚେଙ୍କ ଚିକିତ୍ସା ଘଟଣା ସାମ୍ନାକୁ ଆସିଛି। ଏପରି ଅନ୍ଧବିଶ୍ୱାସର ଶିକାର ହୋଇ ଜଣେ ୭ ବର୍ଷର ପିଲା ଗୁରୁତର ହୋଇପଡ଼ିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ୧୦ଟି ଚେଙ୍କ ଚିହ୍ନ ରହିଛି ।

କିଛି ଦିନ ପୂର୍ବେ ଅସୁସ୍ଥ ହୋଇପଡିଥିବା ଶିଶୁକୁ ପରିବାର ଲୋକେ ଡାକ୍ତର ନ ଦେଖାଇ ଚେଙ୍କ ଚିକିତ୍ସାର ଆଶ୍ରୟ ନେଇଥିଲେ।  ସେଠାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହାପରେ  ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

You might also like