ଚିପ୍‌ସ୍‌ ଚୋରା ଚାଲାଣ ଅଭିଯୋଗରେ ୭ଟି ଟ୍ରକ୍‌ ଜବତ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ଚିପ୍‌ସ୍‌ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଯାଜପୁର ରୋଡ୍‌ ପୁଲିସ୍ ୭ଟି ଟ୍ରକ୍‌କୁ ଜବତ କରିଛି।

ବ୍ୟାସନଗର ପୌରାଞ୍ଚଳର ଧବଳଗିରି ଛକ ନିକଟରୁ ଏହି ଟ୍ରକ ସବୁ ଜବତ ହୋଇଛି। ରବିବାର ରାତ୍ରିରେ ପାଟ୍ରୋଲିଂ ଚାଲିଥିବା ବେଳେ ଟ୍ରକ୍‌ ଗୁଡ଼ିକ ପୁଲିସ୍‌ ହାବୁଡ଼ରେ ପଡ଼ିଯାଇଥିଲେ।

ସମସ୍ତ ଟ୍ରକ୍‌ ବିନା ରସିଦ୍‌ରେ ସାମଗ୍ରୀ ଚାଲାଣ କରୁଥିବାରୁ ପୁଲିସ୍‌ ଟ୍ରକ୍‌ ଗୁଡ଼ିକୁ ଜବତ କରି ସ୍ଥାନୀୟ ତହସିଲଦାର ଓ ଆରଟିଓଙ୍କୁ ସୂଚନା ଦେଇଥିଲେ।

ତଦନ୍ତ ପରେ ସମସ୍ତ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌ କହିଛି।

You might also like