ସନ୍ଧ୍ୟା ୭ଟା ବେଳର ୭ ଟପ୍‌ ଖବର

ଟପ୍‌ ଖବର ସଂକ୍ଷେପରେ

ଜିତିଲା ମହାମାରୀ, ହାରିଲା ପରମ୍ପରା: ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ। ଚୂଡ଼ାନ୍ତ ପ୍ରସ୍ତୁତି ସାଙ୍ଗକୁ ଭକ୍ତଶୂନ୍ୟ ଘୋଷଯାତ୍ରା। ଆୟୋଜନ ନେଇ କୋର୍ଟରେ ରାଜ୍ୟ ସରକାରଙ୍କ ଟାଣୁଆ ଓକିଲଙ୍କ ନୀରବତାକୁ ନେଇ ପ୍ରଶ୍ନ।

୧୨ ଦିନ ବିଳମ୍ବରେ ଆରମ୍ଭ ହୋଇବି ୪ ଦିନ ଆଗରୁ ସରିଛି ରଥ ନିର୍ମାଣ: ଘୋଷଯାତ୍ରା ବନ୍ଦ ନିଷ୍ପତ୍ତିକୁ ସରକାରୀ ପ୍ରାୟୋଜିତ କହିଲେ ସେବାୟତ ଓ ବିରୋଧୀ। ଗଜପତି କହିଲେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶରେ ନୀତିକାନ୍ତି। ଏଣେ କାନ୍ଦୁଛି ଭକ୍ତପ୍ରାଣ।

ସୀମାରେ ଉତ୍ତେଜନା ହ୍ରାସ ଲାଗି ଦୁଇ ଦେଶ ମଧ୍ୟରେ ମେଜର ଜେନେରାଲ ସ୍ତରୀୟ ଆଲୋଚନା: ଚୀନର ମିଛ ନେଇ ଭାରତର କଡ଼ା ଆଭିମୁଖ୍ୟ,ଏଣେ ଦୁଇ ଓଡ଼ଇା ସହିଦଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର…

ବୁଲେଟ୍ ବଦଳରେ ଓ୍ୱାଲେଟ୍ରେ ଚୀନ୍‌କୁ ପାନେ ଚଖେଇବାକୁ ଯୋଜନା: ରେଳ ପ୍ରକଳ୍ପ ଡିଲ୍ ବାତିଲ, ଗୁଇନ୍ଦା ସଂସ୍ଥାଙ୍କ ସ୍କାନରରେ ଟିକ୍‌ଟକ୍ ଓ ଜୁମ୍ ଭଳି ୫୨ ଚାଇନିଜ୍ ଆପ୍। ଚୀନ୍ ନିର୍ମିତ ସାମଗ୍ରୀ ବର୍ଜନ ଲାଗି ଦେଶବ୍ୟାପି ଅଭିଯାନ ଜୋର୍। 

ଆଜି ବି ରାଜ୍ୟରେ ଶତକ ପାର କଲା କରୋନା ପଜିଟିଭ୍: ୧୮ ଜିଲ୍ଲାରେ ୧୭୪ ଆକ୍ରାନ୍ତ, ରାଜଧାନୀର ୯ ଜଣଙ୍କ ମଧ୍ୟରୁ ୩ କୋଭିଡ୍ ହସ୍ପିଟାଲ୍ କର୍ମଚାରୀ। ୨୪ ଘଣ୍ଟାରେ ଦେଶରେ ୧୨ ହଜାରରୁ ଅଧିକ ଆକ୍ରାନ୍ତ, ୩୩୪ ମୃତ।

ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ: ୪୧ କୋଇଲା ଖଣିର ବ୍ୟାବସାୟିକ ନିଲାମୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୩୩ ହଜାର କୋଟି ପୁଞ୍ଜି ନିବେଶ ଆଶା,ଚୀନ୍ ସହ ସଂଘର୍ଷ ଓ କରୋନା ସଂକଟ ବେଳେ ଆତ୍ମନିର୍ଭରଳଶୀଳ ହେବାକୁ ମୋଦିଙ୍କ ଆହ୍ୱାନ।

ଏବଂ ରାଜ୍ୟରେ ସକ୍ରୀୟ ମୌସୁମୀ: ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା।  

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like