ସଂକ୍ଷେପରେ ଜାଣନ୍ତୁ ଆଜିର ଟପ୍ ଖବର ‌

ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର

୧. LACରେ ୨୦ ଯବାନ ସହିଦ ପରେ ଚୀନ୍‌କୁ ମୋଦିଙ୍କ ଚେତାବନୀ: କହିଲେ ଉସୁକେଇଲେ ଜବାବ ଦେବୁ, ଏଣେ ଉତ୍ତେଜନା ହ୍ରାସ ଲାଗି ଚୀନ ପ୍ରତିପକ୍ଷଙ୍କ ସହ ଜୟଶଙ୍କରଙ୍କ ଆଲୋଚନା, କହିଲେ  ସୀମାରେ ସଂଘର୍ଷ ପାଇଁ ଥିଲା ଚୀନର ବିଧିବଦ୍ଧ ଯୋଜନା।

୨. ଲଦାଖ ସହିଦଙ୍କୁ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି: ବଳିଦାନ ଦେଇଥିବା ଦୁଇ ଓଡ଼ଇା ପୁଅଙ୍କ ଲାଗି ଗର୍ବିତ ଜନ୍ମମାଟି ଓ ପରିବାର, ବିଭିନ୍ନ ସ୍ଥାନରେ ତେଜିଲା ଚୀନ୍ ବିରୋଧୀ ସ୍ୱର, ୧୯ରେ ସର୍ବଦଳୀୟ ବୈଠକ ଡାକିଲେ ମୋଦି।

୩. କାହିଁକି ଉତ୍ତେଜନା ସୃଷ୍ଟି କରୁଛି ଚୀନ୍: କରୋନା ସଂକ୍ରମଣ ନେଇ ବିଶ୍ୱରେ ଏକ ଘରିକିଆ ହେବା ପରେ ନଜର ହଟାଇବାକୁ ପ୍ରୟାସ, ନା ଭାରତ ପକ୍ଷରୁ ସୀମାରେ ରାସ୍ତା ନିର୍ମାଣ ନେଇ ରାଗ, ଦେଖିବା ସୋମବାର ରାତିରେ ଘଟିଥିଲା କଣ।  

୪. କରୋନା ମୁକାବିଲା ଲାଗି ସରକାରଙ୍କ ନୂଆ ଷ୍ଟ୍ରାଟେଜୀ: ପଞ୍ଚାୟତରେ ହେବ କୋଭିଡ୍ କେୟାର ହୋମ୍, ଗାଁ-ସହର ସବୁଠି ଗଠନ ହେବ ଓ୍ୱାର୍ଡ କମିଟି। ସେପଟେ ପୁରୀରେ ଓକିଲ ଓ ମୋହରିର ପଜିଟିଭ୍ ଚିହ୍ନଟ ପରେ କୋର୍ଟ-କଲେର ଅଫିସ୍ ସିଲ୍।

୫. ଦେଶରେ କରୋନା ମୃତ୍ୟୁର ନୂଆ ରେକର୍ଡ: ୨୪ ଘଣ୍ଟାରେ ୨ ହଜାର ୩ଜଣଙ୍କ ପ୍ରାଣହାନୀ ସହ ସଂଖ୍ୟା ୧୧ହଜାର ୯୦୩କୁ ବୃଦ୍ଧି। ଏପଟେ ସଂଗୀନ ସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସମେତ ୧୫ ମୁଖ୍ୟମନ୍ତ୍ରୀଙ୍କୁ ସହ କଥା ହେଲେ ପ୍ରଧାନମନ୍ତ୍ରୀ।

୬. ରାଜ୍ୟରେ କରୋନା ସାମଗ୍ରୀ କିଣା ମହାଦୁର୍ନୀତିର ପର୍ଦ୍ଦାଫାସ୍ ପାଇଁ ଆଭିମୁଖ୍ୟ ଶାଣିତ କଲା କଂଗ୍ରେସ। ୮ ଦାବି ନେଇ ଲୋକାୟୁକ୍ତ ପାଖରେ ପିଟିସନ୍ ଦାଖଲ। ମାନୁନି ବିଜେଡି, କହିଲା ଲୋକଙ୍କୁ ବିଭ୍ରାନ୍ତ ପାଇଁ ଉଦ୍ୟମ।

୭. ଏବଂ ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ମାମଲାର ଶୁଣାଣି ପରେ ସ୍ପଷ୍ଟ ହେବ ଚିତ୍ର। ଏଣେ ନିଷ୍ପତ୍ତି ନେବାରେ ସରକାରଙ୍କ ବିଳମ୍ବକୁ ନେଇ ବିରୋଧୀଙ୍କ ନିଶାନା। ଦଶମୂଳ ମୋଦକ ସେବନ ପରେ ଆଜି ସୁସ୍ଥ ହବେ ଶ୍ରୀଜିଉ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

You might also like