ଟପ୍‌ ହେଡ୍‌ ଲାଇନ୍ସ: କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ, କରୋନାକୁ ବ୍ରେକ୍ ପାଇଁ ସରକାରଙ୍କ ପଦକ୍ଷେପ

ଟପ୍ ହେଡ୍ ଲାଇନ୍ସ

ତିଥି ପାଖଉଛି, ଅଡୁଆ ବଢୁଛି: ରାଜ୍ୟ ସରକାରଙ୍କ ଘୋଷଯାତ୍ରା ନିଷ୍ପତ୍ତିରେ ବିଳମ୍ବକୁ ନେଇ ଶଙ୍କାରେ ଭକ୍ତ। ଶ୍ୱର ଶାଣିତ କଲେ ବିରୋଧୀ। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେ, ରଥଯାତ୍ରା ବନ୍ଦ ହେଲେ ସୃଷ୍ଟି ହେବ କଳଙ୍କମୟ ଇତିହାସ।

ସଂଘର୍ଷର ରୂପନେଲା ଚୀନ୍ ସୀମାରେ ଉତ୍ତେଜନା: ଜଣେ କର୍ଣ୍ଣେଲଙ୍କୁ ମିଶାଇ ୩ ଭାରତୀୟ ସୈନିକ ସହିଦ। ଚୀନ୍ ପକ୍ଷର ୫ ମୃତ। CDS ଓ ତିନି ବାହିନୀ ମୁଖ୍ୟଙ୍କ ସହ ରାଜନାଥଙ୍କ ଆଲୋଚନା, ଭାରତକୁ ଓଲଟା ଦୋଷ ଦେଲା ଚୀନ୍।

ରାଜ୍ୟରେ କରୋନାର କ୍ଷୀପ୍ର ଗତିରେ ବ୍ରେକ୍ ଦେବାକୁ ଘରକୁ ଘର ସର୍ଭେ ଆରମ୍ଭ। ଲକ୍ଷଣ ପ୍ରକାଶ ମାତ୍ରେ ସ୍ୱାବ୍ ଟେଷ୍ଟ। ସେପଟେ ସ୍ଥାନୀୟ ସଂକ୍ରମଣ ରୋକିବାକୁ ବଢୁଛି ଜିଲ୍ଲା ସ୍ତରରେ କଟକଣା। ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ୧୬ ଘଣ୍ଟିଆ ଶଟ୍‌ଡାଉନ୍।

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ଆଲୋଚନା: ପ୍ରଧାନମନ୍ତ୍ରୀ କହିଲେ, ଭାରତୀୟଙ୍କ ଅନୁଶାସନକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଦେଶରେ ଆରୋଗ୍ୟ ହାର ୫୦ ପ୍ରତିଶତରୁ ଅଧିକ। ଅସାବଧାନ ହେଲେ ପାଣିରେ ପଡ଼ିବ ଚେଷ୍ଟା

ଭୁବନେଶ୍ୱର ଷ୍ଟେସନ ବଜାର ପିଏନ୍‌ବି ଠକେଇ ମାମଲା: ଘରୋଇ କଂପାନୀର ପୂର୍ବତନ ନିର୍ଦ୍ଦେଶକଙ୍କ ଲକରରୁ ୩୭ଲକ୍ଷ ଟଙ୍କା ଠାବ କଲା ସିବିଆଇ। ୨୦୧୦ରୁ ୧୫ ଭିତରେ ଋଣ ପ୍ରଦାନରେ ହୋଇଥିଲା ୩୨ କୋଟିର ଘୋଟାଲା।

କ୍ରମାଗତ ତୈଳ ଦର ବୃଦ୍ଧି ଯୋଗୁଁ ବଢ଼ିଲା ବସ୍ ଭଡ଼ା: ସାଧାରଣ ଓ ଏକ୍ସପ୍ରେସ ବସ୍ ଲାଗି ଏକାଥରକେ ୩ ପଇସା। ଡିଲକ୍ସ-ଏସି ଡିଲକ୍ସ ବସ୍ ଲାଗି ୬ ପଇସା ବୃଦ୍ଧି ଘୋଷଣା କଲେ ରାଜ୍ୟ ସରକାର।

ଏବଂ ବଲିଉଡ୍‌ରେ ବୃତିଗତ ଶତ୍ରୁତାରୁ ଆତ୍ମହତ୍ୟା କଲେ କି ସୁଶାନ୍ତ ସିଂ: ଗ୍ଲାମର ଦୁନିଆର ଗୁମର ଖୋଲୁଛନ୍ତି ଇନ୍‌ସାଇଡର। ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଲେ ଏ ଦିଗରେ ବି ହେବ ତଦନ୍ତ। ସଂଜୟ ନିରୁପମଙ୍କ ଟୁଇଟ୍‌କୁ ନେଇ ଟ୍ୱିଷ୍ଟ।

 

You might also like