ଘାଟିରୁ ଓଲଟିଲା ମିନି ଟ୍ରକ୍, ୭ ମୃତ

କନ୍ଧମାଳ: କନ୍ଧମାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବ୍ରାହ୍କଣୀ ଗାଁ ନିକଟ ବଙ୍ଗଡ଼ଦୁଆରେ ଏକ ମିନି ଟ୍ରକ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୪ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଏହାସହ ବର୍ତ୍ତମାନ ମିଳିଥିବା ଖବର ସୁଧା ବହୁ ସଂଖ୍ୟାରେ ଲୋକେ ଆହତ ହୋଇଥିବା ସୂଚନା ମିଳିଛି।

ଦାରିଙ୍ଗବାଡ଼ିରୁ ବ୍ରହ୍ମାଣୀ ଗାଁକୁ ଯାଉଥିଲା ମିନି ଟ୍ରକ୍। ବ୍ରାହ୍ମଣୀ ଗାଁର ଏକ ଚର୍ଚ୍ଚରେ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିବା ସୂଚନା ମଳିଛି। ମିନି ଟ୍ରକ୍‌ରେ ୪୦ରୁ ଅଧିକ ଲୋକ ଥିବା ସୂଚନା ମିଳୁଛି।

You might also like