ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ୭ ଦାଦନ ଶ୍ରମିକ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୭ଜଣ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲାର ଏକ ଇଟା ଭାଟିରୁ ଉଦ୍ଧାର କରାଯାଇଛି। ଶ୍ରମ ବିଭାଗ ଅଧିକାରୀ ପହଞ୍ଚି ସେଠାରୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର କିଛି ଲୋକ ବିଜୟନଗରମ୍‌କୁ କାମ ପାଇଁ ଯାଇଥିଲେ। ସେଠାରେ ସେମାନେ ଶ୍ରୀସାଇ ମଣିକାନ୍ତା ଇଟାଭାଟିରେ କାମ କରୁଥିଲେ। ତେବେ ଇଟାଭାଟି ମାଲିକ ସେମାନଙ୍କୁ ଦରମା ନ ଦେଇ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରିକି ଟଙ୍କା ମାଗିବାରୁ ଇଟାଭାଟି ମାଲିକ ଜଣେ ଶ୍ରମିକଙ୍କ ଆଙ୍ଗୁଠି କାଟିଦେବା ସହ ଏସିଡ୍ ମାଡ଼ କରିଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ ଏଥିରେ ଭୟଭୀତ ହୋଇ ୫ ଜଣ ଶ୍ରମିକ ସେଠାରୁ ଲୁଚି ପଳାଇ ଆସିଥିଲେ।

ସେଠାରୁ ସେମାନେ ଖସି ଆସି ଶ୍ରମିକଙ୍କ ଦୁର୍ଦ୍ଦଶା ଓ ଇଟାଭାଟି ମାଲିକଙ୍କ ନିର୍ଯାତନା ସଂପର୍କରେ ଜଣାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା। ଏହାପରେ ସେମାନଙ୍କୁ ଉଦ୍ଧାର ଲାଗି ପଦକ୍ଷେପ ନିଆଯାଇଥିଲା।

You might also like