ରେଲ୍‌ୱେ କର୍ମଚାରୀଙ୍କୁ କରୋନା, ଭୁବନେଶ୍ୱରରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ଜଣ ହୋମ୍ କ୍ୱାରେଣ୍ଟିନ୍‌ରେ ଥିବାବେଳେ ୩ଟି ଲୋକାଲ କଣ୍ଟାକ୍ଟ‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚିକିତ୍ସିତ ହେଉଥିବା ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ୨୮ ବର୍ଷୀୟ ଚନ୍ଦ୍ରଶେଖରପୁର ଅଞ୍ଚଳର।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା‌ ୪ ଜଣ ରେଲ୍‌ୱେ କର୍ମଚାରୀ ଅଛନ୍ତି। ସେହିପରି ଲୋକାଲ କେସ୍ ମଧ୍ୟରୁ ୨ଟି କେସ୍‌ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର। ଗୋଟିଏ ପରିବାରର ଜଣେ ୪୫ ବର୍ଷର ମହିଳା ଏବଂ ୧୦ ବର୍ଷର ନାବାଳକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଲୋକେଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରେ ଅନ୍ୟ ଜଣେ ଆକ୍ରାନ୍ତ ୩୧ ବର୍ଷୀୟ ମହିଳା ଘରୋଇ ହସ୍ପିଟାଲ କର୍ମଚାରୀ ବୋଲି ଜଣାପଡ଼ିଛି।

ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ଏଯାବତ୍‌ ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like