କରୋନା ମୁକାବିଲା ବ୍ୟବସ୍ଥା ତଦାରଖ ପାଇଁ ଗଞ୍ଜାମ ଗସ୍ତରେ ୭ ଜଣିଆ ଟିମ୍

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ସ୍ପିଡ୍‌ରେ ମାଡ଼ି ଚାଲିଛି କରୋନା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ବି ଚିନ୍ତା ବଢ଼ିଯାଇଛି। କରୋନା ମୁକାବିଲା ବ୍ୟବସ୍ଥା ତଦାରଖ ପାଇଁ ଗଞ୍ଜାମ ଗସ୍ତରେ ୭ ଜଣିଆ ଟିମ୍। ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍ ଯାଉଥିବା ବେଳେ, ସେଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO, ICMR ଓ RMRCର ପ୍ରତିନିଧି ସାମିଲ ଅଛନ୍ତି।

ଗଞ୍ଜାମ ଜିଲ୍ଲାରେ ସେମାନେ କଣ୍ଟେନମେଣ୍ଟ କଟକଣା, କରୋନା ସ୍ଥିତି ନୀରିକ୍ଷଣ ଓ ଚିକିତ୍ସା ସହାୟତା ଆଦି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ।

ଗଞ୍ଜାମ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନକୁ ଏମ୍‌କେସିଜି ମେଡିକାଲ୍ ପକ୍ଷରୁ ମଧ୍ୟ ସହାୟତା କରୁଥିବା ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

You might also like