କଟକ ସହରରୁ ଚିହ୍ନଟ ହେଲେ ୭ କରୋନା ରୋଗୀ

କଟକ:  କଟକ ଜିଲ୍ଲାରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଅଛନ୍ତି କଟକ ମହାନଗର ନିଗମ ଅଞ୍ଚଳର।

କଟକ ସହରରୁ ଚିହ୍ନଟ ସମସ୍ତ ୭ଟି ଯାକ କେସ୍ ଲୋକାଲ ସଂକ୍ରମଣ ବୋଲି ସୂଚନା ମିଳିଛି । ୭ଜଣଙ୍କ ମଧ୍ୟରୁ ୬ଜଣ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ କାଠଗଡା ସାହିର ଜଣେ ୩୩ ବର୍ଷ ବୟସ୍କା ମହିଳା, ଥୋରିଆର ସାହିର ୫୨ବର୍ଷର ପୁରୁଷ, ନୂଆପାଟଣାର ୨ ଜଣ ମହିଳା, ମଙ୍ଗଳବାଗ ଓ ଜଗତପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ମହାନଦୀ ବିହାର ଅଞ୍ଚଳରୁ ମଧ୍ୟ ଜଣେ ୪୦ ବର୍ଷିୟା ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

You might also like