• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଶୂନ୍ୟ ଜୀବନ ହାନୀ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ଭାବ୍ୟ ପ୍ରଭାବିତ ୧୨ ଜିଲ୍ଲାରେ ୮୦୯ଟି ବାତ୍ୟା ଆଶ୍ରୟସ୍ଥଳୀ ଅଛି। ୮୦୯ରୁ ୨୪୨ଟି ବାତ୍ୟା ଆଶ୍ରୟସ୍ଥଳିରେ କ୍ୱାରେଣ୍ଟିନ କେନ୍ଦ୍ର ହୋଇଛି। ଆଶ୍ରୟସ୍ଥଳି ପାଇଁ ଜିଲ୍ଲାପାଳ ଆଉ ୭୦୯୨ କୋଠା ଚିହ୍ନଟ କରିଛନ୍ତି।

ପ୍ରତି ଆଶ୍ରୟସ୍ଥଳିରେ ସ୍ୱତନ୍ତ୍ର ଅଧିକାରୀ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଆବଶ୍ୟକ ପଡ଼ିଲେ ହିଁ ଲୋକଙ୍କୁ ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯିବ। ପ୍ରତି ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଚାଲୁ ରହିବ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟାରେ ୯୫ କିଲୋମିଟରରୁ ବି ଅଧିକ ବେଗରେ ପବନ ବହିପାରେ। ଏଥିରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଥିବାବେଳେ, ମୟୂରଭଞ୍ଜ ଓ ପୁରୀରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।

ତେଣୁ ୨୦ ତାରିଖ ଯାଏଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଆସିବାକୁ ଥିବା ଶ୍ରମିକ ସ୍ପେଶାଲ ଟ୍ରେନକୁ ବାତିଲ କରିବା ପାଇଁ କେନ୍ଦ୍ରକୁ କୁହାଯାଇଛି। ସେପଟେ ରାଜ୍ୟରେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା।

ଏହି ଭିଡିଓ କନ୍ଫରେନ୍ସରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ କ୍ୟାବିନେଟ୍ ସଚିବ ପ୍ରଶଂସା କରିଥିବା ବେଳେ, ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ହେବାକୁ ଥିବା ସମ୍ଭାବ୍ୟ କ୍ଷୟକ୍ଷତିକୁ ନେଇ ଚିନ୍ତାପ୍ରକଟ କରିଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ। ସମ୍ଭାବ୍ୟ ବାତ୍ୟାରେ ୬୪୯ ଗାଁର ୭ଲକ୍ଷ ଲୋକ ଏବଂ ଲକ୍ଷଲକ୍ଷ ହେକ୍ଟର ଜମିରେ ଚାଷ ପ୍ରଭାବିତ ହେବ ବୋଲି ଆକଳନ କରିଛନ୍ତି ମୁଖ୍ୟ ଶାସନ ସଚିବ।

7-lakhs-people-will-affect-by-cyclone
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories