‘କରୋନା’ ବାଣ୍ଟିଥିଲେ ସୁପରସ୍ପ୍ରେଡର! ଜଣଙ୍କ ପାଇଁ ଆଉ ୭ ସଂକ୍ରମିତ

ଭୁବନେଶ୍ୱର: ସାମ୍ନାକୁ ଆସିଲା ସାଂଘାତିକ ଘଟଣା। ମୋଟ ୭ ଜଣ ନିକଟ ସଂପର୍କୀୟଙ୍କୁ କରୋନା ସଂକ୍ରମିତ କରାଇଛନ୍ତି ବାଲେଶ୍ୱରର ସୁପରସ୍ପ୍ରେଡର୍ ୬୧ ନମ୍ବର ଆକ୍ରାନ୍ତ। ବାଲେଶ୍ୱର ନେଳିଆବାଗର ଏହି ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ ୭୫ ରୁ ୭୯, ଅର୍ଥାତ୍ ୫ ଜଣ ସଂକ୍ରମିତ ହୋଇଥିବା ସରକାର ସୂଚନା ଦେଇଥିଲେ।

ତେବେ ଆଉ ୨ଜଣ ଅର୍ଥାତ୍ ୮୮ ଓ ୮୯ ନମ୍ବର ଆକ୍ରାନ୍ତ ବି ତାଙ୍କ ନିକଟ ସଂପର୍କୀୟ ବୋଲି ସ୍ପଷ୍ଟ ହୋଇଛି। ଏହି ୬୧ ନମ୍ବର ଆକ୍ରାନ୍ତ ୫୮ ବର୍ଷୀୟ ପୁରୁଷ ଏବଂ ସେ ଝାଡ଼ଖଣ୍ଡରୁ ଫେରି ୫ଟି ହସ୍ପିଟାଲ ବୁଲିଥିଲେ।

ସେପଟେ କୋଲକାତା ଫେରନ୍ତା ଯାଜପୁର ବାସୁଦେବପୁରର ୭୩ ନମ୍ବର ଆକ୍ରାନ୍ତ ବି ୩ ଜଣଙ୍କୁ ସଂକ୍ରମିତ କରିଥିବା ଆଜି ସ୍ପଷ୍ଟ ହୋଇଛି। ୮୫ ନମ୍ବର ଆକ୍ରାନ୍ତ ତାଙ୍କ ସହ କୋଲକାତାରୁ ଫେରିଥିଲେ ଏବଂ ୮୬ ଓ ୮୭ ନମ୍ବର ଆକ୍ରାନ୍ତ ତାଙ୍କ ନିକଟ ସଂପର୍କୀୟ ବୋଲି ସରକାର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like