ଅଧ୍ୟାପକଙ୍କ ସମୟ ବଢ଼ିଲା, ଶିକ୍ଷାର ମାନ ବଢ଼ିବ କି ? ଏମିତି କହିଲେ ବୁଦ୍ଧିଜୀବୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କଲେଜ୍ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ୍‌ଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ବଢ଼ାଇ ୫ ଘଣ୍ଟାରୁ ୭ ଘଣ୍ଟା କରିଦିଆଯାଇଛି। ଏଣୁ ଆଧ୍ୟାପକମାନେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଆଉ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ନ କଲେ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ନିକଟରେ ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା।
ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ କେତେକ ଗ୍ରହଣ କରୁଥିବା ବେଳେ ଆଉ କେତେକ ଭିନ୍ନ ମତ ପୋଷଣ କରିଥିଲେ। ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା ଦେଖି ଓଟିଭି ତା’ର ସୋଶାଲ୍ ମିଡିଆ ଫେସ୍‌ବୁକ୍‌ରେ ଜନମତ ସଂଗ୍ରହ କରିଥିଲା।

ଆମର ପ୍ରଶ୍ନ ଥିଲା, ସରକାର କଲେଜ୍‌ ଅଧ୍ୟାପକମାନଙ୍କର ଡ୍ୟୁଟି ସମୟ ୭ ଘଣ୍ଟା କରି ଠିକ୍‌ ପଦକ୍ଷେପ ନେଇଛନ୍ତି କି ? ସୋଶାଲ୍ ମିଡିଆରେ ସକ୍ରିୟ ଥିବା ଅନେକ ବୁଦ୍ଧିଜୀବୀ ଏହାର ଉତ୍ତର ରଖିଥିଲେ। ପାଖାପାଖି ୬0% ୟୁଜର୍ସ ଅଧ୍ୟାପକଙ୍କ ଡ୍ୟୁଟି ସମୟ ବୃଦ୍ଧି ସରକାରଙ୍କର ଏକ ଉଚିତ୍ ପଦକ୍ଷେପ ବୋଲି କହିଥିବା ବେଳେ ୪୦% ଏହାକୁ ନାପସନ୍ଦ କରିଥିଲେ। ସେଥିମଧ୍ୟରୁ ଅନେକେ ଭିନ୍ନ ଭିନ୍ନ ଓ ରୋଚକ ଓ ବିଚାର ଯୋଗ୍ୟ ମତ ମଧ୍ୟ ଦେଇଥିଲେ।

ସଦାଶିବ ଗୋଚ୍ଛାୟତ ନାମକ ଜଣେ ଫେସ୍‌ବୁକ ୟୁଜର୍ ସିଧା ସିଧା ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଥିଲେ। ସେ ଲେଖିଥିଲେ, ଲୋକେ ଏହାକୁ ଉଚିତ୍‌ ପଦକ୍ଷେପ ବୋଲି ଭାବୁଛନ୍ତି, କିନ୍ତୁ ସେମାନେ ଥରେ ନିଜକୁ ଓ ସରକାରଙ୍କୁ ପଚାରନ୍ତୁ ଯେ କଲେଜ୍‌ରେ ଆବଶ୍ୟକ ପରିମାଣରେ ଅଧ୍ୟାପକ, ଗବେଷଣା ପାଇଁ ଉଚିତ୍ ସୁବିଧା, ତଥା ପାଠ ପଢ଼ାଇବା ପାଇଁ ଶ୍ରେଣୀଗୃହରେ ଆବଶ୍ୟକୀୟ ଉପକରଣ ଅଛି କି ?  ସେ ସରକାରଙ୍କର ଏହି ପଦକ୍ଷେପକୁ କେବଳ ଏକ ପ୍ରଚାର ବୋଲି କହିଥିଲେ। ସେ ଆହୁରି ମଧ୍ୟ ଲେଖିଥିଲେ, ଯଦି ପ୍ରକୃତରେ ସରକାର ଶିକ୍ଷା ପ୍ରତି ସଚେତନ ଅଛନ୍ତି, ତେବେ କଲେଜ୍‌ଗୁଡ଼ିକରେ ଶୈକ୍ଷିକ ବାତାବରଣକୁ ପ୍ରଥମେ ଠିକ୍‌ କରନ୍ତୁ।

ସେହିଭଳି ଅନ୍ୟଜଣେ ବୁଦ୍ଧିଜୀବୀ ନିରଞ୍ଜନ ମିଶ୍ର ଲେଖିଥିଲେ, ଶିକ୍ଷାଦାନ ଭିନ୍ନ ଏକ କଳା। ଏହାକୁ କୌଣସି ପ୍ରାଇଭେଟ୍ ଚାକିରି ସହିତ ତୁଳନା କରିବା କଥା ନୁହେଁ। ଗୋଟିଏ କ୍ଲାସ୍ ନେବା ପାଇଁ ପୂର୍ବରୁ କିଛି ପ୍ରସ୍ତୁତି କରିବାକୁ ପଡ଼ିଥାଏ। ଜଣେ ଅଧ୍ୟାପକ ଗୋଟିଏ ଦିନରେ ଅଧିକରୁ ଅଧିକ ୩ ରୁ ୪ଟି କ୍ଲାସ୍‌ ନେଇପାରିବ। ଅନ୍ୟ ସମୟ ଗବେଷଣା କ୍ଷେତ୍ରରେ ଲଗାଇବା ଆବଶ୍ୟକ। ସେଥିପାଇଁ ଶିକ୍ଷା ସଂସ୍ଥାନରେ ଉଚିତ୍‌ ସୁବିଧା ରହିଥିବା ଦରକାର।

ପ୍ରିୟଦର୍ଶିନୀ ନାମକ ଜଣେ ଫେସ୍‌ବୁକ ୟୁଜର୍ ଲେଖିଥିଲେ- ସରକାର ସବୁ କଲେଜ୍‌ର ଅଧ୍ୟାପକଙ୍କୁ ସମାନ ଦରମା ଦେଉ ନାହାଁନ୍ତି। ତେଣୁ ସମାନ କାମ ପାଇଁ ସମାନ ଦରମା ମଧ୍ୟ ଦରକାର ବୋଲି ସେ ମତ ରଖିଥିଲେ।

ସେହିଭଳି ପାର୍ଥ ମହାନ୍ତି ନାମକ ଫେସ୍‌ବୁକ ୟୁଜର ସରକାରଙ୍କର ଏହି ନିଷ୍ପତ୍ତିକୁ ଅତି ଖରାପ ପଦକ୍ଷେପ ବୋଲି କହିବା ସହିତ ଶିକ୍ଷା ଏକ ବ୍ୟବସାୟ ନୁହେଁ ବୋଲି ଲେଖିଥିଲେ। ତେଣୁ ସମୟକୁ ଗୁରୁତ୍ୱ ନ ଦେଇ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେବାକୁ ସେ ମତ ରଖିଥିଲେ।

ଉମେଶ ଭୋଇ ନାମକ ଜଣେ ଫେସ୍‌ବୁକ୍‌ ୟୁଜର୍‌ ସିଧା ସିଧା ବିଧାୟକଙ୍କୁ ଟାର୍ଗେଟ୍‌ କରିଥିଲେ। ସେ ଲେଖିଥିଲେ, ବିଧାୟକ ବ୍ଲକ୍‌ ଗ୍ରାଣ୍ଡ ଦରମା ପ୍ରଥା ଉଚ୍ଛେଦ କରିବା ଆବଶ୍ୟକ ଓ ସେ ନିଜେ ବିଧାନସଭାରେ ମାସର ୨୫ ଦିନ ୮ ଘଣ୍ଟା ଯାଏ କାମ କରିବା ଦରକାର।

ଏହିଭଳି ଭାବେ ଆମକୁ କିଛି ମିଶ୍ର ପ୍ରତିକ୍ରିୟା ମିଳିଥିଲା । ଆଉ ଏହି ପ୍ରତିକ୍ରିୟା ମଧ୍ୟ ନିହାତି ବିଚାରଯୋଗ୍ୟ। ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ, କେବଳ ସମୟ ବୃଦ୍ଧି ନୁହେଁ, ଗୁଣାତ୍ମକ ଶିକ୍ଷା ପ୍ରତି ଧ୍ୟାନ ଦେବା ସହ ଯୋଗ୍ୟତା ଅନୁସାରେ ଅଧ୍ୟାପକଙ୍କ ଦରମା କଥା ମଧ୍ୟ ବିଚାର କରାଯିବା ଉଚିତ୍‌।

 

 

 

ଆହୁରି ପଢ଼ନ୍ତୁ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

ପାଟକୁରା ନିର୍ବାଚନ ଫଳାଫଳ: ୧୬ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ପାଟକୁରା ନିର୍ବାଚନ ଫଳାଫଳ: ୧୨ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ବାହୁଡ଼ା ପରେ ଆଜି ହେବ ମହାପ୍ରଭୁଙ୍କର ପ୍ରଥମ ବନକଲାଗି

ପାଟକୁରା ନିର୍ବାଚନ ଫଳାଫଳ: ୧୦ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ପାଟକୁରା ନିର୍ବାଚନ ଫଳାଫଳ: ୫ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କଟକରେ ଫୁଟିଲା ବୋମା

୨୪ ଘଣ୍ଟା ମଧ୍ୟରେ କଟକରେ ଡବଲ୍‌ ମର୍ଡର

ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ଆରମ୍ଭ ହେଲା ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗଣତି

ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ

କୋଇଲା ଖଣିରେ ଅଘଟଣ: ମାଟି ଧସି ୧୦ ଶ୍ରମିକ ଆହତ

You might also like