• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଶ୍ରୀକାକୁଲାମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲା ଆନ୍ଧ୍ର-ଓଡିଶା ସୀମାନ୍ତ ରହିଥିବା ପାଲକୋଣ୍ଡା ପୋଲିସ ୭ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ୍। ଏମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ, ୧୦ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମୋବାଇଲ ଟ୍ୟାବ, ୩ଟି ମୋବଇଲ, ନକ୍ସଲ ବ୍ୟବହୃତ ଡ୍ରେସ ଓ ୨ ଟି ନକଲି ପିସ୍ତଲ ଜବତ କରିଛନ୍ତି। ଶ୍ରୀକାକୁଲମ ଜିଲ୍ଲା ପାଲକୋଣ୍ଡା ପୋଲିସ ଡିଏସପି ଶ୍ରୀମତୀ ଶ୍ରାବଣୀ କହିଛନ୍ତି ଯେ, ଗତକାଲି ଆନ୍ଧ୍ର-ଓଡିଶା ସୀମାନ୍ତରେ ରହିଥିବା ବୀରଘାଟମ ଗ୍ରାମର ବାସିନ୍ଧା ଓ ଗୁଟଖା ବ୍ୟବସାୟୀ ସୁରେଶଙ୍କ ଘରକୁ ୩ ଜଣ ନକଲି ମାଓବାଦୀ, ମାଓବାଦୀ ପାର୍ଟି ଫଣ୍ଡକୁ ୧ ଲକ୍ଷ ଟଙ୍କା ଦେବା ପାଇଁ ଧମକ ଦେଇଥିଲେ। ବନ୍ଧୁକ ଦେଖି ଡରିଯାଇ ସୁରେଶ ପାଟି କରିବାରୁ ଘଟଣାସ୍ଥଳରୁ ମାଓବାଦୀମାନେ ଫେରାର ହୋଇଯାଇଥିଲେ ଏବଂ ସ୍ଥାନୀୟ ପୋଲିସ ଅଭିଯୋଗ କରିଥିଲେ।

ଶ୍ରୀକାକୁଲମ ପୋଲିସ କମିଶନର ଅମିତ ବଡଦାରଙ୍କ ନିର୍ଦ୍ଦେଶ କ୍ରମେ ପାଲକୋଣ୍ଡା ପୋଲିସ ଡିଏସପି ଶ୍ରୀମତୀ ଶ୍ରାବଣୀ ତଦନ୍ତ ଆରମ୍ଭ କରିଥିଲେ। ପ୍ରଥମେ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଥିଲେ।  ପରେ ଅନ୍ୟ ୪ ଜଣକୁ ଆଜି ଗିରଫ କରିଥିଲେ। ଗିରଫ ନକଲି ମାଓବାଦୀଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ, ୧୦ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମୋବାଇଲ ଟ୍ୟାବ, ୩ ଟି ମୋବଇଲ, ନକ୍ସଲ ବ୍ୟବହୃତ ଡ୍ରେସ ଓ ୨ ଟି ନକଲି ପିସ୍ତଲ ଜବତ କରିଥିଲେ।

ଗିରଫ ନକଲି ମାଓବାଦୀଙ୍କ ନାମରେ ଏଥିପୂର୍ବରୁ ଓଡ଼ିଶାର ଗଜପତି ଜିଲା କାଶୀନଗର ଠାରେ ଜଣେ ଚାଉଳ ବ୍ୟବସାୟୀଙ୍କୁ ଧମକ ଦେଇ ଟଙ୍କା ଆଦାୟ, ଶ୍ରୀକାକୁଲମ ଜିଲାର ଆନ୍ଧ୍ର-ଓଡିଶା ସୀମାନ୍ତରେ ରହିଥିବା କତୁରୀ ଠାରେ ଜଣେ ବ୍ୟବସାୟୀଙ୍କ ଟଙ୍କା ଆଦାୟ ସହ ଅନ୍ୟ ବ୍ୟବସାୟୀଙ୍କୁ ଧମକ ଦେଇ ଟଙ୍କା ଆଦାୟ ଭଳି ମାମଲା ଶ୍ରୀକାକୁଲମ ଜିଲାର ବିଭିନ୍ନ ପୋଲିସ ଥାନାରେ ରହିଥିବା ଶ୍ରୀମତୀ ଶ୍ରାବଣୀ ପ୍ରକାଶ କରିଛନ୍ତି।

ଶ୍ରୀମତୀ ଶ୍ରାବଣୀ ଆନ୍ଧ୍ର-ଓଡିଶା ସୀମାନ୍ତରେ ରହୁଥିବା ବ୍ୟବସାୟୀ ଓ ଧନୀକ ଶ୍ରେଣୀର ବାସିନ୍ଦା କହିଛନ୍ତି ଯେ, ଆନ୍ଧ୍ର-ଓଡିଶା ସୀମାନ୍ତରେ ମାଓବାଦୀଙ୍କ କାର୍ଯ୍ୟକଳାପ ରହିଥିବାରୁ ଏହାର ଫାଇଦା କିଛି ଗୁଣ୍ଡା ଶ୍ରେଣୀର ଲୋକ ଉଠାଇ ସାଧାରଣ ଲୋକଙ୍କ ଠାରୁ ମାଓବାଦୀ ପାର୍ଟି ଫଣ୍ଡ ନାମରେ ଟଙ୍କା ଆଦାୟ କରୁଛନ୍ତି। ଏଣୁ ଏହିପରି ଘଟଣାର ପୁରାନାବୃତ୍ତି ହେଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଶ୍ରୀମତୀ ଶ୍ରାବଣୀ ସୂଚନା ଦେଇଛନ୍ତି।

7-duplicate-maoists-arrested-by-police
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories