ବଲାଙ୍ଗିରରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର ୨ ଜଣ ଲେଖାଏ, ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏ ଅଛନ୍ତି। ଆକ୍ରାନ୍ତ ୭ ଜଣ ପୁରୁଷ ଓ ସମସ୍ତେ ବାହାର ରାଜ୍ୟରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର ୨ ଜଣ ଲେଖାଏ, ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏ ଅଛନ୍ତି।
ଆକ୍ରାନ୍ତ ୭ ଜଣ ପୁରୁଷ ଓ ସମସ୍ତେ ବାହାର ରାଜ୍ୟରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।