ବଢିଲା କରୋନା ଚିନ୍ତା; ରାଜ୍ୟରେ ପୁଣି ୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନାକୁ ନେଇ  ଓଡ଼ିଶାରେ ଏକ ପ୍ରକାର ଆଶ୍ୱସ୍ତିକର ସ୍ଥିତି ସୃଷ୍ଟି ହେବାକୁ ଯାଉଥିବାବେଳେ ଆଜି ସକାଳୁ ମିଳିଛି ଏକ ଚିନ୍ତାଜନକ ଖବର। ଆଜି ରାଜ୍ୟରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଲା

ସୂଚନା ଥାଉ କି, ଗତକାଲି ସୁଦ୍ଧା ୧୦, ୬୪୧ ନମୂନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୦, ୫୭୩ ନେଗେଟିଭ ଆସିଛି।

ବର୍ତ୍ତମାନ ରାଜ୍ୟରେ ୪୩ ଆକ୍ଟିଭ କେସ ଥିବାବେଳେ ୨୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ଘଟଛି।

୧୮ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଜଣେ ୫୮ ବର୍ଷିୟ ବୟସ୍କ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା।

You might also like