୬ ଘଣ୍ଟିଅା ରାସ୍ତାରୋକ୍‌

ଟ୍ରାଫିକ୍‌ ସମସ୍ୟା ଦୂରୀକରଣ ଦାବି

ସାଲେପୁର : କଟକ ସାଲେପୁର ସହରରେ ଦୀର୍ଘଦିନ ଧରି ଲାଗି ରହିଥିବା ଟ୍ରାଫିକ୍ ସମସ୍ୟାର ଦୂରୀକରଣ ଓ ବସ୍‌ଷ୍ଟାଣ୍ଡ ଠାରୁ ଥାନା ଛକ ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ ରହିବା ପ୍ରତିବାଦରେ ରାସ୍ତାରୋକ୍‌। ପ୍ରବଳ ବର୍ଷା ସତ୍ତ୍ୱେ ସାଲେପୁର ସହରାଞ୍ଚଳ ବିକାଶ ପରିଷଦ କଟକ-ଚାନ୍ଦବାଲି ରାସ୍ତାକୁ ୬ ଘଣ୍ଟା ଧରି ବନ୍ଦ ରଖିଥିଲେ।

ବହୁ ସମୟ ଧରି ରାସ୍ତାରୋକ୍‌ ହେବାପରେ କଟକ ଉପଜିଲ୍ଲାପାଳ, ସାଲେପୁର ଏସଡ଼ିପିଓ ଓ ତହସିଲଦାର ପହଞ୍ଚି ଅାନ୍ଦୋଳନକାରୀଙ୍କ ସହ ଅାଲୋଚନା କରିଥିଲେ। ଏନେଇ କଟକ ଜିଲ୍ଲାପାଳଙ୍କ ଅଫିସରେ ଅାଲୋଚନା ହେବ ଏବଂ ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ୍‌ ହଟିଥିଲା।

You might also like