ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ। ପରୀକ୍ଷା ଫଳାଫଳ ସମ୍ପର୍କରେ  CHSE କାର୍ଯ୍ୟାଳୟରେ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ଯୁକ୍ତ ଦୁଇ କଳାରେ ୬୭.୫୬% ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ।

ତେବେ ଚଳିତ ଥର ପରୀକ୍ଷା ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପାସ୍ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ। ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଲେ ଝିଅ। ପୁଅଙ୍କ ପାସ୍ ହାର- ୫୭.୩୩% ରହିଥିବା ବେଳେ ଝିଅଙ୍କ ପାସ୍ ହାର- ୭୫.୪୮ ପ୍ରତିଶତ ରହିଛି।

ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨ ହଜାର ୧୯୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ସେହିଭଳି ୨ୟ ଶ୍ରେଣୀରେ ୨୬,୦୨୭ ଓ ୩ୟ ଶ୍ରେଣୀରେ ୧,୦୦,୧୦୧ ପାସ୍ କରିଥିବା ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

ଯୁକ୍ତ ଦୁଇ କଳାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୭୬.୬୩% ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୪୪.୬୭% ରହିଛି। କେବଳ ଜଣେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୧୦ଟି କଲେଜରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। କୌଣସି କଲେଜରେ ଜିରୋ ରେଜଲ୍ଟ ହୋଇନି।

You might also like