୬୫ ହଜାର ଟଙ୍କାର ଜାଲ ନୋଟ ଜବତ ; ୩ ଅଭିଯୁକ୍ତ ଅଟକ, ଘଟଣାର ତଦନ୍ତ ଜାରି

ଝାରସୁଗୁଡ଼ା : ଜିଲ୍ଲା ଚିଖିଲାପାଲି ଗାଁରୁ ୬୫ ହଜାର ଟଙ୍କାର ଜାଲ ନୋଟ ଜବତ କଲା ରେଙ୍ଗାଲି ପୁଲିସ। ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।  ସେମାନଙ୍କ ଠାରୁ ପୁଲିସ ୧୧୦ ଖଣ୍ଡ ୫ ଶହ ଟଙ୍କିଆ ଓ ୫ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍ ଜବତ କରିଛି।

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଜାଲ୍‌ ନୋଟ୍‌ କାରବାର ହେଉଥିବା ପୁଲିସ ସୂଚନା ପାଇ ଚିଖିଲାପାଲି ଗାଁରେ ଚଢାଉ କରିଥିଲେ। ଜାଲ୍‌ ନୋଟ୍‌ କାରବାର ପଛରେ ଏକ ରାକେଟ୍‌ କାମ କରୁଥିବା ଅନୁମାନ କରିଛି ପୁଲିସ।

ଜବତ ପରେ କିଭଳି ଅଭିଯୁକ୍ତ ମାନେ ଜାଲ୍ ନୋଟ୍ ତିଆରି କରୁଥିଲେ ସେନେଇ ଥାନାରେ ତାହାର ଡେମୋ ଦେଖାଇଥିଲେ। ଏକ କଲର ପ୍ରିଣ୍ଟରରେ ଟଙ୍କାକୁ ରଖି ତାର ପ୍ରିଣ୍ଟ ବାହାର କରୁଥିଲେ। ପରେ ଏହାକୁ କାଟି ବଜାରରେ ଛାଡୁଥିବା ପୁଲିସ କହିଛି।  ଏହି ରାକେଟ୍‌ ପଛରେ ଆଉ କାହାର ହାତ ରହିଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

You might also like