ମିଳୁନି ବ୍ରିଟେନରୁ ଫେରିଥିବା ୬୨ଜଣଙ୍କ ପତ୍ତା

ଭୁବନେଶ୍ୱର: ବ୍ରିଟେନରୁ କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ସେଠାରୁ ଫେରିଥିବା ଲୋକଙ୍କ ଠିକଣା ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ।

ନଭେମ୍ବର ୩୦ରୁ ଡିସେମ୍ବର ୨୧ ମଧ୍ୟରେ ଲଣ୍ଡନରୁ ୧୮୧ ଜଣ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳିଛି ଓ ସେମାନଙ୍କର ଟେଷ୍ଟ୍‌ କରାଯାଇଛି। ତେବେ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୬ଜଣଙ୍କ କରୋନା ପଜିଟିଭ ବାହାରିଛି। କିନ୍ତୁ ଅନ୍ୟ ୬୨ଜଣ ଭୁଲ୍‌ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳି ପାରିନାହିଁ।

ବ୍ରିଟେନରୁ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରମଣ ହେଲେ ମଧ୍ୟ ଏହା କୋଭିଡ୍ ୧୯ ପରି ଲକ୍ଷଣ ରହିଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ଏଥିସହ ଟିକାକରଣ ପାଇଁ ଯଥେଷ୍ଟ ଲୋକ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏହାପରେ ସଂପ୍ରସାରଣ କରାଯିବ। ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମ ପରି ଓଡିଶାରେ ମଧ୍ୟ ଡ୍ରାଏ ରନ୍ ହେବ ବୋଲି ଡିଏମଇଟି କହିଛନ୍ତି।

ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ ଏ ନେଇ ଦୁଇ ଦିନିଆ ଡ୍ରାଏ ରନ କରାଯିବ। ଡ୍ରାଏ ରନ୍‌ର ଲକ୍ଷ୍ୟ ହେଉଛି, ଟୀକାକରଣ ପୂର୍ବରୁ ସମସ୍ତ ପ୍ରସ୍ତୁତିର ଯାଞ୍ଚ କରିବା। ଏପରିକି କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା  ଏବଂ ପରିବହନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରାଯିବ।

You might also like