ଅଡିଟ୍‌ ହେବ ରାଜ୍ୟରେ ୬୧ ମନ୍ଦିରର ସମସ୍ତ ଖର୍ଚ୍ଚ

ଭୁବନେଶ୍ୱର: ମନ୍ଦିର ପାଣ୍ଠିଉପରେ ରହିବ ଏଜି(ଆକାଉଣ୍ଟିଂ ଜେନେରାଲ୍)ଙ୍କ ନଜର। ଏଣିକି ଅଡିଟ୍ ହେବ ମନ୍ଦିରର ସମସ୍ତ ଆୟଓ ବ୍ୟୟ। ଏଥିପାଇଁ ଦେବୋତ୍ତର କମିଶନର୍ ଏଜିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୬୧ଟି ମନ୍ଦିରର ଅଡିଟ୍ ପାଇଁ ଏଜିଙ୍କୁ ଚିଠି ହୋଇଛି।

ଏହି ମନ୍ଦିରଗୁଡ଼ିକ  ମଧ୍ୟରେ ରହିଛି- ଭୁବନେଶ୍ୱରର ଲିଙ୍ଗରାଜ, ରାମ ମନ୍ଦିର, ଶନି ମନ୍ଦିର, କଟକର କଟକ ଚଣ୍ଡୀ, ପଞ୍ଚମୁଖୀ ହନୁମାନ, ବାଙ୍କୀ ଚର୍ଚ୍ଚିକା, ଜଗତସିଂହପୁରର ମା’ ଶାରଳା, ଗୋରଖନାଥ ମନ୍ଦିର, କେନ୍ଦ୍ରାପଡ଼ା ବଳଦେବଜୀଉ, ଯାଜପୁରର ବିରଜା ମନ୍ଦିର, ସମ୍ବଲପୁର ସମଲେଇ, ଆରଡିର ଆଖଣ୍ଡଳମଣି ସମେତ ୬୧ଟି ମନ୍ଦିରର ଅଡିଟ୍ ହେବ।

ତେବେ ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷ ନିଜସ୍ୱ ଅଡିଟ୍ କରୁଥିଲେ। କିନ୍ତୁ ଅନେକ ସମୟରେ ମନ୍ଦିର ଆୟବ୍ୟୟରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇ ଆସୁଥିଲା। ଏଣୁ ଏହି ଅଭିଯୋଗକୁ ନେଇ ଦେବୋତ୍ତର କମିଶନ ମନ୍ଦିରଗୁଡ଼ିକ ଖର୍ଚ୍ଚର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

ଆହୁରି ପଢ଼ନ୍ତୁ

You might also like