ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୬୦୨ ପିଲା ନିଖୋଜ

ଭୁବନେଶ୍ୱର :  ରାଜ୍ୟରେ ୩ ମାସ ମଧ୍ୟରେ ୬୦୨ ପିଲା ନିଖୋଜ। ବିଧାନସଭାରେ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।

ସୂଚନା ଅନୁସାରେ, ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୫୦୨ ନାବାଳିକା ନିଖୋଜ ହୋଇଛନ୍ତି। ନିଖୋଜଙ୍କ ମଧ୍ୟରୁ ୭୯ ଜଣଙ୍କ ସନ୍ଧାନ ମିଳିଛି। ଏ ସଂକ୍ରାନ୍ତରେ ୪୫୫ଟି ମାମଲା ରୁଜୁ ହୋଇଛି।

ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧୦୦ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକଙ୍କ ମଧ୍ୟରୁ ୩୧ ଜଣଙ୍କ ସନ୍ଧାନ ମିଳିଛି। ନାବାଳକ ନିଖୋଜ ନେଇ ୯୫ଟି ମାମଲା ରୁଜୁ ହୋଇଛି।

You might also like