ବାହାର ରାଜ୍ୟରୁ ଆସିଲେ, କ୍ୱାରେଣ୍ଟାଇନ୍‌ରେ ଠକିଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ୩ ଜିଲ୍ଲାରେ ସ୍ଥିତି ବିଗିଡିବା ଆଶଙ୍କା କରାଯାଉଛି। ଅନ୍ୟ ରାଜ୍ୟରୁ ଲୋକେ ଆସିବା ପରେ ଅବସ୍ଥା ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଜିଲ୍ଲାପାଳଙ୍କ ସୂଚନା ସାଧାରଣରେ ଆହୁରି ଚିନ୍ତା ବଢାଇଛି। ଲକଡାଉନ ସତ୍ତ୍ୱେ ଗତ ମାସ ୨୯ ଓ ୩୦ ତାରିଖ ପରେ ପ୍ରାୟ ୬ଶହରୁ ୭ଶହ ଲୋକେ ପଶ୍ଚିମବଙ୍ଗରୁ ଯାଜପୁର ଅଞ୍ଚଳକୁ ଆସିଛନ୍ତି।

ସରପଞ୍ଚମାନଙ୍କ ଜରିଆରେ ସେମାନଙ୍କ ଚିହ୍ନଟ କାର୍ଯ୍ୟ ସରିଛି ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ। ସେମାନେ ଆସି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ ବି ଠକିଛନ୍ତି। ଏବେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟିନରେ ରଖାଯାଉଛି ବୋଲି ସେ କହିଛନ୍ତି। ଯାଜପୁର ଜିଲ୍ଲାରୁ ଆଉ ୪ ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳ ରଂଜନ ଦାସ ଏଭଳି ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, ସୀମା ସିଲ୍‌ ସତ୍ତ୍ୱେ ବି ବିଭିନ୍ନ ଗଳାବାଟ ଦେଇ ଲୋକେ ରାଜ୍ୟ ଭିତରକୁ ପ୍ରବେଶ କରୁଛନ୍ତି। ବିଶେଷ କରି ଭଦ୍ରକ, ବାଳେଶ୍ୱର ଓ ଯାଜପୁରରେ ଆକ୍ରାନ୍ତ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗ ଫେରନ୍ତା। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ମଦ୍ୟରେ ଏକ ତୃତୀୟାଂଶ ପଶ୍ଚିମବଙ୍ଗ ଫେରନ୍ତା ବୋଲି କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଥିଲେ। ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖା ୮୯ରେ ଛୁଇଁଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like