ଡ୍ରେନ୍‌ ପାଣିରେ ଭାସିଯାଇ ବୃଦ୍ଧାଙ୍କ ମୃତ୍ୟୁ

ଭୁବନେଶ୍ୱର: ଜୟଦେବ ବିହାର ଅଞ୍ଚଳରେ ଡ୍ରେନରେ ଭାସିଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏକାମ୍ର ଭିଲ୍ଲା ଛକରେ ଏଭଳି ଘଟିଛି। ମୃତକ ହେଲେ ସାଲିଆସାହି ଆଦିବାସୀ ଗାଁର ଟି.ଆକାମା। ଏହି ଘଟଣା ପରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଭିଆଇପି ରୋଡ୍‌ରେ ରାସ୍ତାରୋକ୍ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଅନ୍ୟପଟେ ନୟାପଲ୍ଲୀ ବେହେରାସାହି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି। ଫଳରେ ଯାନବାହନ ଚଳାଚଳ ସମେତ ଗମନାଗମନ ବିଶେଷ ପ୍ରଭାବିତ ହୋଇଛି।

ଆଜି ସଂଧ୍ୟାରେ କିଛି ସମୟ ଧରି ଅସରାଏ ବର୍ଷା ହେବା ଯୋଗୁ ଏଭଳି ଅବସ୍ଥା ଉପୁଜିଛି। ବେହେରାସାହି ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଡ୍ରେନେଜ୍ ସମସ୍ୟା ଯୋଗୁ ବର୍ଷା ଜଳ ନିଷ୍କାସନ ହୋଇନପାରି ଜଳବନ୍ଦୀ ଅବସ୍ଥା ରହିଥିଲା ବେହାରସାହି। ସ୍ମାର୍ଟସିଟିରେ ରାଜଧାନୀର ଏଭଳି ଅବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।

You might also like