ବାହାଘର ଭୋଜି ଖାଇ ଏଇ ଅବସ୍ଥା: ୬୦ ଅସୁସ୍ଥ ହେଲେ

ବାରିପଦା(ମାଣିକଲାଲ ପାଣି): ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତରାତିରେ ଏକ ବାହାଘର ଭୋଜି ଖାଇ ୬୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତ ଅସୁସ୍ଥଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।  ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆଜି ସକାଳୁ ଘରକୁ ଫେରିଥିବା ଜଣାପଡ଼ିଛି।

ଗତକାଲି ବାହାଘରରେ ଭୋଜି ଖାଇବା ପରେ ହଠାତ୍ ୬୦ରୁ ଅଧିକ ଲୋକ ବାନ୍ଦି କରିଥିଲେ। ଏଥିସହିତ ସେମାନଙ୍କର ପେଟବ୍ୟଥା ଆରମ୍ଭ ହୋଇଥିଲା। ଏହା ପରେ ସେମାନେ ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରେ ପୁରୁଷମହିଳା  ୪୭ ଜଣ ଥିବା ବେଳେ ଅବଶିଷ୍ଟ ପିଲା ଥିଲେ।

You might also like