ଉଠିଲା ସଟ୍‌ଡାଉନ୍‌ କଟକଣା: ଏବେ ଏହିସବୁ ଦୋକାନ ଖୋଲିବ

ଭୁବନେଶ୍ୱର: ରାଜ୍ୟର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ଲକ୍‌ଡାଉନ ଅବଧି ଶେଷ ହୋଇଛି। ଏପ୍ରିଲ ୨୩ ତାରିଖରୁ ଲାଗୁ ହୋଇଥିବା ୬୦ ଘଣ୍ଟିଆ ସଟ୍ ଡାଉନ ଅବଧି ଆଜି ସକାଳ ୧୦ଟାରେ ଶେଷ ହୋଇଛି। ସଟ୍‌ଡାଉନ ଅବଧି ସରିଥିଲେ ବି ଲକଡାଉନ କଟକଣା ପୂର୍ବ ଭଳି ଜାରି ରହିବ।

ସଟଡାଉନ ସରିଥିବାରୁ ବଜାରକୁ ଯାଇ ଭିଡ଼ ନ କରିବା ଲାଗି ଜିଲ୍ଲାବାସୀଙ୍କୁ ନିବେଦନ କରିଛି ଭଦ୍ରକ ପୋଲିସ। ଏନେଇ ଜିଲ୍ଲା ପୋଲିସ ଟ୍ୱିଟ୍ କରି କହିଛି ଯେ, ଜିଲ୍ଲାରେ ଖାଦ୍ୟ ସାମଗ୍ରୀ ଓ ପରିବା ବିପୁଳ ପରିମାଣର ମହଜୁଦ ରହିଛି। ଏଣୁ ସମୟ ନେଇ ଧୀରେ ସୁସ୍ଥେ ସାମଗ୍ରୀ ଆଣିବାକୁ ପୋଲିସ ପରାମର୍ଶ ଦେଇଛି। ଏହାସହ ସବୁ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବାକୁ ପୋଲିସ କହିଛି।

ବହି ଦୋକାନ, ମୋଟର ସାଇକେଲ୍ ଗ୍ୟାରେଜ୍, ରଡ୍ ସିମେଣ୍ଟ ଦୋକାନ, ତେଜରାତି ଦୋକାନ, ପରିବା ଦୋକାନ ସକାଳ ୬ରୁ ଦିନ ଗୋଟାଏ ଯାଏ ଖୋଲା ରହିବ।

କ୍ଷୀର ଓ ଫଳ ଦୋକାନ ସକାଳ ୬ରୁ ସଂଧ୍ୟା ୬ ଯାଏ ଖୋଲିପାରିବ। ତେବେ ସେଲୁନ, ଲୁଗା ଦୋକାନ, ପାନ ଗୁଟ୍‌ଖା, ଜିମ୍ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହୋଇଥିବାବେଳେ ବାସୁଦେବପୁର, ଧାମନଗର, ତିହିଡ଼ି ଓ ଭଣ୍ଚାରିପୋଖରୀ ବ୍ଲକର ୧୮ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଏଥିସହିତ ଜିଲ୍ଲାରେ ସକାଳ ୫ରୁ ଦିନ ୧ଟା ଯାଏ ପ୍ରଶାସନ ଅନୁମୋଦିତ ବିଭିନ୍ନ ଦୋକାନ ଖୋଲିବ। ପ୍ରତି ବୁଧବାର, ଶୁକ୍ରବାର ଓ ରବିବାର ଆମିଷ ଦୋକାନ ଖୋଲା ରହିବ, ସକାଳ ୬ରୁ ରାତି ୧୦ଟା ଯାଏ ଔଷଧ ଦୋକାନ, ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ପେଟ୍ରୋଲ ପମ୍ପ ଖୋଲା ରହିବ।

୩ ଜିଲ୍ଲାରେ ଶଟ୍‌ଡାଉନ୍ ହଟିବା ପରେ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଡିଜିପି ଅଭୟ। ପୁଲିସ ଓ ପ୍ରଶାସନକୁ ସହଯୋଗ କରିଥିବାରୁ ଲୋକଙ୍କୁ ଧନ୍ୟବାଦ ଦେବା ସହିତ ସାମାଜିକ ଦୂରତ୍ୱ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ସେ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

You might also like