କାଲିଠୁ ଗଡ଼ିବ ୬ ସ୍ପେଶାଲ୍ ଟ୍ରେନ୍ ଓ OSRTC ବସ୍‌

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ।

ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍‌ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ  ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଯିବା ଆସିବା କରିବ।

ସ୍ପେଶାଲ ଟ୍ରେନ୍‌ ପାଇଁ ଟିକେଟ୍, ରିଜର୍ଭେସନ କାଉଣ୍ଟର ଓ IRCTC ୱେବସାଇଟରୁ ମିଳିବ। କେବଳ କନ୍‌ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି।

ସେହିଭଳି କାଲିଠୁ OSRTC ବସ୍ ମଧ୍ୟ ଚାଲିବ। ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍ ଚଳାଚଳ ଆରମ୍ଭ କରିବ। ରାଜଧାନୀ ଭୁବନେଶ୍ୱରରୁ ୨୨ଟି ସହରକୁ ୯୬ଟି ବସ୍ ଗଡ଼ିବ।

ବସ୍‌ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ। ଏବଂ କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।

You might also like