ଆକାଶରୁ ଖସିଲା ମୃତ୍ୟୁ; ଚାଲିଗଲା ୬ ଜୀବନ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୪ ଏବଂ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ବଜ୍ରପାତରେ ଆନନ୍ଦପୁରର ନନ୍ଦିପଦା ଥାନା ଇଞ୍ଚୋଳ ଗାଁର ଗଣେଶ ଜେନା, ବାହାରିପୁର ଗାଁର ବହ୍ଲଭ ଜେନା, ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଦୋଗଡ଼ା ସାପୁଆ ସାହିର ପୂର୍ଣ୍ଣଚନ୍ଦ୍ର ମୁଣ୍ଡାଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପଣ୍ଡୁଆରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ନାବାଳିକା ଜଣକ ଘର ସାମ୍ନାରେ ଖେଳୁଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ଅଞ୍ଚଳରେ ବିଲରେ କାମ କରୁଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭୋଗରାଇ କାଉବଣୀରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

You might also like