ଛାତରେ ପାଣି ଦେଉଥିଲେ; ହଠାତ୍‌ ୬ଜଣଙ୍କୁ ଲାଗିଲା ବିଦ୍ୟୁତ ଝଟ୍‌କା

କୋରାପୁଟ: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସର୍ଗିଗୁଡାରେ। ଆଜି ସର୍ଗିଗୁଡ଼ାରେ ଜଣେ ବ୍ୟକ୍ତି ତାଙ୍କ ନୂଆ ଘର ଛାତରେ ପାଣି ପକାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ।

ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ଜଣକ ପରେ ଜଣେ ଗୋଟିଏ ପରିବାରର ବିଦ୍ୟୁତ ଆଘାତର ସମ୍ମୁଖୀନ ହୋଇଥିଲେ ୬ ଜଣ। ତୁରନ୍ତ ସେମାନଙ୍କୁ ପ୍ରଥମେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

You might also like