ଏହି ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୬ ଜଣ କରୋନା ଆକ୍ରାନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ।

କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସମସ୍ତେ ପୁରୁଷ। ଏମାନଙ୍କ ବୟସ ୨୦ରୁ ୪୪ ବର୍ଷ ଭିତରେ ହେବ।

ଏହି ୬ ଆକ୍ରାନ୍ତ ସମସ୍ତେ ତାମିଲନାଡୁରୁ ଫେରି ଗତ ୭ ତାରିଖରୁ ସମସ୍ତେ କ୍ୱାରେଣ୍ଟିନ୍ କେନ୍ଦ୍ରରେ ଥିଲେ। ତାଙ୍କ ନମୁନା ପରୀକ୍ଷା କରିବାରୁ ସେମାନଙ୍କଠାରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି।

ଆକ୍ରାନ୍ତ ସମସ୍ତଙ୍କୁ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ୬ ପଜିଟିଭ୍ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ସେହିଭଳି ଆଜି ରାଜ୍ୟରେ ଆଉ ୧୩୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଚିହ୍ନଟ ନୂଆ ୧୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨ ରହିଥିଲା।

ଆଜି ଆକ୍ରାନ୍ତଙ୍କ ସହିତ  ୭୨ ଜଣ କରୋନାରୁ ମୁକ୍ତ ମଧ୍ୟ ହୋଇଛନ୍ତି। ସୁସ୍ଥ ହୋଇଥିବା ଏହି ୭୨ ଜଣଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

 

You might also like