ବରଗଡ଼ରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ବରଗଡ଼: ବରଗଡ଼ ଜିଲ୍ଲାରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଭେଡେନ୍ ବ୍ଲକ୍‌ ଅଞ୍ଚଳର ହୋଇଥିବୋବଳେ ୨ ଜଣ ଭଟଲି ବ୍ଲକ୍‌ ଅଞ୍ଚଳର। ସମସ୍ତ ଆକ୍ରାନ୍ତ ପୁରଷ ବୋଲି ଜଣାପଡିଛି। ୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ବାହାର ରାଜ୍ୟରୁ ଫେରିଥିବାବେଳେ ଜଣେ ଲୋକାଲ୍ କେସ୍ ରହିଛି। ପଜିଟିଭ୍‌ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। 

ସୂଚନାଥାଉ କି, ପୂର୍ବରୁ ବରଗଡ଼ରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୬ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

You might also like