ଆଉ ୬ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୭୪ରେ ପହଞ୍ଚିଲା

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଧିମା ପଡ଼ିଥିବାବେଳେ ଗୋଟିଏ ଦିନରେ ୧୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପୁଣି ଚିନ୍ତା ବଢ଼ାଇଛି। ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଘର ସ୍ୱାସ୍ଥ୍ୟ ବିଭାଗ ଜଣାଇ ନଥିବାବେଳେ ମ୍ୟାପ୍ ତଥ୍ୟ ଅନୁସାରେ ଜଣେ ସୁନ୍ଦରଗଡ଼ର ହୋଇଥିବାବେଳେ ଅନ୍ୟ ୫ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଆଜି ସକାଳେ ୭ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ।

ଯାଜପୁରରେ ଚିହ୍ନଟ ହୋଇଥିବାର ୫ ଆକ୍ରାନ୍ତଙ୍କ ତଥ୍ୟ ମିଳିଛି। କୋରେଇରୁ ଜଣେ ଯାଜପୁରରରୁ ୩ ଓ ଦଶରଥପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କୋଲକାତାରୁ ଆସିଥିଲେ ବୋଲି ଜିଲ୍ଲାପାଳ କହଛନ୍ତି।

ସେପଟେ ସୁନ୍ଦରଗଡ଼ର ଆକ୍ରାନ୍ତ ବିଶ୍ରା ଅଞ୍ଚଳର ହୋଇଥିବା ଏବଂ ସେ ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଯାଜପୁରରେ ମୋଟ ସଂଖ୍ୟା ୭ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସଂଖ୍ୟା ୩ରେ ପହଞ୍ଚିଛି। ସେପଟେ ରାଜ୍ୟରେ ୭୪ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସକ୍ରିୟ ସଂକ୍ରମିତ ସଂଖ୍ୟା ୪୯ ରହିଛି।

You might also like