କରୋନା ମୃତ୍ୟୁ ସଂଖ୍ୟା ଶହେ ଟପିଲା
ଭୁବନେଶ୍ୱର: ମୃତ୍ୟୁ ସଂଖ୍ୟାରେ ଶହେ ପାର କଲା ଓଡ଼ିଶା। ଆଜି ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, କଟକ, ଗଜପତି, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି। ଆଜି ୬ ମୃତ୍ୟୁ ସହ କରୋନା ମୃତ୍ୟୁ ସଂଖ୍ୟା ୧୦୦ ଡେଇଁଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି। ଗତକାଲି ୬ ଜଣଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି ପାଇଥିଲା।
- ଆଜି ୬ ମୃତକଙ୍କ ମଧ୍ୟରେ ୫ ପୁରୁଷ ଓ ଜଣେ ମହିଳା
- କେନ୍ଦ୍ରାପଡ଼ାର ୬୩ ବର୍ଷୀୟ, ଗଜପତିର ୬୮ ବର୍ଷୀୟ ବ୍ୟକ୍ତି ମୃତ
- ଜଗତସିଂହପୁରର ୫୮, ଖୋର୍ଦ୍ଧାର ୭୫, ରାୟଗଡ଼ାର ୭୪ ବର୍ଷୀୟ ବ୍ୟକ୍ତି ମୃତ
- କଟକ ଜିଲ୍ଲାର ମୃତକ ୨୬ ବର୍ଷୀୟ ମହିଳା
Regret to inform the demise of six Covid positive patients while under treatment in hospitals.
1. A 63-year old Male of Kendrapara district who was also suffering from Diabetes, Hypertension and Intra-cranial hemorrhage.
— H & FW Dept Odisha (@HFWOdisha) July 21, 2020
ଏହାବ୍ୟତୀତ ଆଉ ୨ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ସେମାନଙ୍କର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା କୁହାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ସୁନ୍ଦରଗଡ଼ ଜିଲ୍ଲାର ୪୦ ବଷୀୟ ମହିଳା ଅଛନ୍ତି ଯିଏ କି ଓଭାରୀ କ୍ୟାନ୍ସର ଏବଂ କୀଡ୍ନି ଜନିତ ରୋଗରେ ପୀଡିତ ଥିଲେ। ଅନ୍ୟ ଜଣେ ୪୦ବର୍ଷ ବୟସ୍କା ମହିଳା ପୁରୀ ଜିଲ୍ଲାର ଯିଏ କି କର୍କଟ ଆକ୍ରାନ୍ତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।
ସେହିପରି ଆଜି ଦିନକରେ ରାଜ୍ୟରେ ୨୩ ଜିଲ୍ଲାରୁ ୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩୧ କ୍ୱାରେଣ୍ଟିନ ସେଣ୍ଟର ହୋଇଥିବାବେଳେ ୨୧୬ ଲୋକାଲ କେସ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧୨, ୯୦୯ ଜଣ ସୁସ୍ଥ ହୋଇଥିବାବେଳେ ୫୭୧୫ ଜଣ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି।