ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସ୍କୁ ନୂଆ ଖିଅ ମିଳିଛି। ପରିବାରର ଅନ୍ୟ ୫ ପୁଅ ପାଟଣାଗଡ଼ ଥାନାରେ ପହଞ୍ଚିବା ପରେ ଧିରେ ଧିରେ ହତ୍ୟା ଘଟଣା ଉପରୁ ପରଦା ହଟିବାରେ ଲାଗିଛି।
ହତ୍ୟା ସନ୍ଦେହରେ ପୋଲିସ୍ ୨ ଜଣଙ୍କୁ ଅଟକ ରଖିଥିଲା। ଏମାନଙ୍କୁ ଚିହ୍ନଟ ସହ ଏମାନେ ହିଁ ହତ୍ୟା କରିଥିବା ଥାନାରେ ପହଞ୍ଚିଥିବା ୫ ପୁଅ କହିଛନ୍ତି। ଏମିତିକି ଅଟକ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ସହ ପରିବାରର ପୂର୍ବ ଶତ୍ରୁତା ଥିବା ଏମାନେ କହିଛନ୍ତି। ତେଣୁ ପୋଲିସ୍ ଏମାନଙ୍କୁ ଅଧିକ ପଚରାଉଚରା କରିବା ପରେ ଆହୁରି କିଛି ଖୁଲାସା ହେବା ନେଇ ଆଶା କରାଯାଉଛି।
ସୂଚନାଥାଉ କି, ଗତକାଲି ସକାଳେ ସଅଁରାପଡ଼ାରେ ଗୋଟିଏ ପରିବାରର ବାପା, ମା’ ସହ ୪ ସନ୍ତାନଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ମୃତଦେହ ଗୁଡିକରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ମୃତକମାନେ ମୂଳତଃ ବିହାରର, କିନ୍ତୁ ପ୍ରାୟ ୧୦ ବର୍ଷ ହେଲାଣି ପାଟଣାଗଡ଼ରେ ସ୍ଥାୟୀ ଭାବେ ରହି ଆସୁଥିଲେ।
ବର୍ଷକ ତଳେ ମୃତ୍ୟୁ ଘଟିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବଡ଼ ପୁଅ ଶାନ୍ତା ରାମକୁ କୋରାପୁଟ କୋଟପାଡ଼ରେ ହତ୍ୟା କରାଯାଇଥିଲା ବୋଲି ଜଣାପଡ଼ିଛି।