ଘର ଭିତରୁ ମିଳିଲା ୬ ମୃତଦେହ, ହତ୍ୟା ସନ୍ଦେହ

ପାଟଣାଗଡ଼: ଘର ଭିତରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତଦେହ ଉପରେ କମ୍ବଳ ଘୋଡ଼ା ହୋଇଥିବା ଦେଖିବାକୁ ମିଳିଛି। 

ମୃତକଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ, ୩ ପୁଅ ଏବଂ ଜଣେ ଝିଅ ଅଛନ୍ତି। ଘର ଭିତରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ୬ ଜଣଙ୍କ ସଦସ୍ୟ ପଡ଼ି ରହିଥିବା ନେଇ ସ୍ଥାନୀୟ ଲୋକ ପୋଲିସ୍‌କୁ ଖବର ଦେଇଥିଲେ। 

ସମସ୍ତ ୬ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଅତିରିକ୍ତ ଏସ୍‌ପି ସ୍ପଷ୍ଟ କରିଛନ୍ତି। ତେବେ କେଉଁ କାରଣ ଯୋଗୁ ଏମାନଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

You might also like