ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା; ପୋଲିସକୁ ମିଳିଲା ନୂଆ ସୁରାକ୍‌

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସକୁ ମିଳୁଛି ନୂଆ ଖିଅ। ଗଣହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ବାହାର ଜିଲ୍ଲାର ଆଉ କିଛି ଲୋକଙ୍କୁ ଆଣି ପୋଲିସ ପଚରାଉଚରା କରୁଛି ।

ଏମାନଙ୍କୁ ଅଧିକ ଜେରା ପରେ ହତ୍ୟାର କାରଣ ସମ୍ପର୍କରେ ଅଧିକ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି ।ଗତକାଲି ଦୁଇଜଣଙ୍କୁ ଅଟକ ରଖାଯାଇଥିଲା। ପୋଲିସ ଅଟକ ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଏମାନେ ହିଁ ହତ୍ୟା କରିଥିବା  ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରି ସାରିଲାଣି।

ତିନି ଦିନ ତଳେ ସଅଁରପଡାରେ ଗୋଟିଏ ପରିବାରର ବାପା, ମା ସହ ୪ ସନ୍ତାନଙ୍କ ମୃତଦେହ ଘର ଭିତରୁ ମିଳିଥିଲା ମୃତକମାନେ ବିହାରର ମୂଳ ବାସିନ୍ଦା ହୋଇଥିବା ବେଳେ ଗତ ୧୦ ବର୍ଷ ହେଲା ପାଟଣାଗଡରେ ସ୍ଥାୟୀ ଭାବେ ରହୁଥିଲେ ।

You might also like