• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାରିପଦା/ବାଲେଶ୍ୱର: ବାରିପଦା ଓ ବାଲେଶ୍ୱରରେ ୪ଟି ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ୩ଟି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଜଣଙ୍କ ମୃତ୍ୟୁ ଘଟିଛି।

ଦୋହିକୋଟୀ ଛକ ନିକଟରେ ରାତି ପ୍ରାୟ ୧୨ଟାରେ ଏକ ବାଇକ୍‌ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ବାଇକ୍‌ରେ ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ବୈଶିଙ୍ଗା ଥାନା ଅଞ୍ଚଳର ବିଶ୍ୱଜିତ ପଣ୍ଡା, ବାଙ୍କୁ ପାତ୍ର ଓ ସୁଧୀର ଦାସ। କୌଣସି ଗାଡ଼ି ସେମାନଙ୍କ ବାଇକ୍‌କୁ ପିଟି ଚାଲି ଯାଇଥିବା ଅନୁମାନ କରାଯାଉଛି।

ସେହିପରି ଏକ ବାଇକ୍‌ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛି। ତେବେ ଏଠାରେ ମୃତକଙ୍କ ପରିଚୟ ମିଳିନାହିଁ। ଆହତ ଜଣକ ହେଲେ ପ୍ରଭାତ ସେଣ୍ଡ। ପ୍ରଭାତଙ୍କ କହିବା ଅନୁସାରେ ସେମାନେ ଗାଡ଼ିରେ ଫେରୁଥିବା ବେଳେ ସାମ୍‌ନା ପଟୁ ଏକ ଟ୍ରକ୍‌ ଆସି ସେମାନଙ୍କ ଗାଡ଼ିକୁ ଧକ୍କା ଦେଇ ଚାଲି ଯାଇଥିଲା।

ବେତନଟୀ ଅଞ୍ଚଳର ତାରାକୋଟୀ ଛକରେ ଏକ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରୁ ବାଇକ୍‌ ଆରୋହୀ ଜଣଙ୍କ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ଜଣଙ୍କ ହେଲେ ବାରିପଦା ବାଶ୍ୱସାରୀ ଅଞ୍ଚଳର ଅମୂଲ୍ୟ ବେହେରା।

ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥରେ ଏକ ବୋଲେରୋ ଦୁର୍ଘଟଣାର ସମ୍ମୁଖୀନ ହେବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ସାହାଜାନ୍‌ ଖାନ୍‌।

 

6-killed-in-separate-road-accident-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories