
ଜମି ବିବାଦକୁ ନେଇ ପିଟାପିଟି ହେଲେ ଦୁଇ ଗୋଷ୍ଠୀ
ଯାଜପୁର: ଜମିବାଡି ବିବାଦକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା ଚଇନିହୁଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗାଁର ପିତାମ୍ବର ନାୟକ ଓ ରତ୍ନାକର ନାୟକଙ୍କ ପରିବାର ମଧ୍ୟରେ ବହୁଦିନରୁ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ଜମିରେ ବାଡ ବସାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲେ।
ଏହାକୁ ନେଇ ଛଭୟ ପକ୍ଷ ପିଟାପିଟି ହୋଇଥିଲେ। ଫଳରେ ୬ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ତେବେ ରତ୍ନାକରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।