ଗୁମ୍ଫା ଭିତରକୁ ଭିଡିଓ ସୁଟିଂ ପାଇଁ ଯାଉ ଥିବାବେଳେ ମହୁମାଛି ଆକ୍ରମଣ

ବାରିପଦା: ଭିଡିଓ ସୁଟିଂ ପାଇଁ ଯାଇ ଥିବାବେଳେ ମହୁମାଛି ଆକ୍ରମଣରେ ୬ଜଣ ଛାତ୍ର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଆଜି ସକାଳେ କିଛି ଛାତ୍ର ଏକାଠି ହୋଇ ବାଙ୍ଗିରିପୋଷି ଘାଟି ବୁଲି ବାକୁ ଯାଇଥିଲେ। ସେଠାରେ ଥିବା ଏକ ଗୁମ୍ଫା ଭିତରକୁ ଭିଡିଓ ସୁଟିଂ ପାଇଁ ଯାଉ ଥିବାବେଳେ ମହୁମାଛି ଆକ୍ରମଣ କରିଥିଲା। ତେବେ କିଛି ଯୁବକ ସେଠାରୁ ଖସି ଆସି ଥିବାବେଳେ କିଛି ଜଣ ଫସି ଯାଇଥିଲେ।

ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅନ୍ୟ ଯୁବକମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

You might also like