କଲେଜ ବସ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ୬ ଆହତ

କଟକ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। କାଠଯୋଡ଼ି ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ଜଣ କଲେଜ ଛାତ୍ର ଅଛନ୍ତି। ଆହତଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଏକ କଲେଜ ବସ୍‌କୁ କାକଟପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ପଛପଟୁ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଯାତ୍ରୀବାହୀ ବସ୍‌ରେ ୪୨ଜଣ ଯାତ୍ରୀ ଥିବା ଜଣାପଡ଼ିଛି।

You might also like