ପୁରୀ ଟ୍ରିପଲ୍ ମର୍ଡର ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୬ ଗିରଫ

ଭୁବନେଶ୍ୱର: ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍ ମର୍ଡର ଘଟଣାରେ ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏନେଇ ବିଧିବଦ୍ଧ ଭାବେ ଡିଜିପି ଆରପି ଶର୍ମା ସୂଚନା ଦେଇଛନ୍ତି।

ରବିବାର ଦିନ ପଟ୍ଟନାୟକିଆ ଛକ ନିକଟରେ ବିଚ୍ ରାସ୍ତାରେ ଗୋଟିଏ ପରିବାରର ତିନି ଜଣଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମୃତକମାନେ ହେଲେ ସ୍ଥାନୀୟ ସଦାନନ୍ଦପୁରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା। ଏହି ତିନିଜଣ କୌଣସି କାର୍ଯ୍ୟରେ ପଟ୍ଟନାୟିକିଆ ଛକକୁ  ଆସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ପରେ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଏହି ଟ୍ରିପଲ ମର୍ଡର ଘଟଣାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତର ଦାବି କରିଥିଲେ ବିରୋଧୀ। ତେବେ ଏହି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି। ଗତକାଲି ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ମଧ୍ୟ ହୋଇଥିଲା।

You might also like