ଅଗ୍ନିକାଣ୍ଡରେ ୬ ବଖରା ଘର ପୋଡ଼ି ପାଉଁଶ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଅନ୍ତର୍ଗତ ତେନ୍ତୁଳିଆପଡ଼ାରେ ଭୟାବହ ଅଗ୍ନିକାଣ୍ଡରେ ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ଅନୁସାରେ, ଗାଁରେ ଥିବା ରାଜେଶ ଘଡେଇଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହି ନିଆଁ ରାଜେଶଙ୍କ ପଡ଼ୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା।

ଏପରିକି ଘରେ ଥିବା ଗ୍ୟାସ୍‌ ସିଲିଣ୍ଡରରେ ମଧ୍ୟ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା।

ଅଗ୍ନିକାଣ୍ଡ ଖବର ପାଇଁ ଖଇରା ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

 

You might also like