• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ମୟୁରଭଞ୍ଜ  : କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ, ବିଶୃଙ୍ଖଳିତ ଅାଚରଣ ଏବଂ କର୍ତ୍ତବ୍ୟରୁ ଅନଧିକାର ଭାବେ ଓହରି ଯାଇଥିବା ଅଭିଯୋଗରେ ରାଜ୍ୟର ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ । ମୟୁରଭଞ୍ଜ ଚିତ୍ରଡା ଦମକଳ କେନ୍ଦ୍ରର ୨, ନୟାଗଡ଼ ଦଶପଲ୍ଲାର ୨ ଏବଂ ବାଲିଅାପାଳର ୨ ଜଣ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଅାଜି କଟକ ସ୍ଥିତ କେନ୍ଦ୍ରୀୟ ରେଞ୍ଜ୍ ଫାୟାର ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଅାଯାଇଛି।

ଗତ ସୋମବାର ଠାରୁ ରାଜ୍ୟବ୍ୟାପୀ ଅଗ୍ନିଶମ କର୍ମଚାରୀ ସଂଘ ଅାନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଗତକାଲି ମୟୂରଭଞ୍ଜ ଜିଲ୍ଲା ଡାକୋଇ ଗାଁରେ ୩ ବର୍ଷର ଶିଶୁ କୂଅରେ ପଡ଼ିଯାଇଥିଲା ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ହେଲେ ଏମାନେ ଉଦ୍ଧାର ପାଇଁ ଯାଇନଥିଲେ।

ସେହିଭଳି ନୟାଗଡ଼ ଦଶପଲ୍ଲାରେ ୫ ବଖର ଘର ପୋଡ଼ି ପାଉଁଶ ହୋଇଯାଇଥିଲେ ବି ଦମକଳ ବାହିନୀ ଖବର ପାଇ ପହଞ୍ଚିନଥିଲା। ଫଳରେ ଉଭୟ ସ୍ଥାନରେ ଉଭୟ ଧନ ଓ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା।

6-fire-services-personnel-suspend-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories