ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର: ବଜ୍ରପାତ ନେଲା ୬ ଜୀବନ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମଣ୍ଡଗାଁରେ ଆଜି ବଜ୍ରାଘାତରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଏହି ଗାଁର ଭାସ୍କର ବେହେରାଙ୍କ ୧୨ ବର୍ଷର ଝିଅ ଆଶା ସମ୍ପର୍କୀୟ ଭାଇ ହାତରେ ରାଖି ବାନ୍ଧି ସାରି ଏକାଠି ଖାଉଥିବା ବେଳେ ଉଭୟ ବଜ୍ରାଘାତର ଶିକାର ହୋଇଛନ୍ତି। ଏହି ଘଟଣା ଖନ୍ତାପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସେହିଭଳି ଭଦ୍ରକ ଚାନ୍ଦବାଲିରେ ମଧ୍ୟ ଦୁଇ ଜଣଙ୍କ ଜୀବନ ଯାଇଛି। ମଠସାହି ଗାଁର ମଥୁରୀ ଦାସ ବିଲରେ ଧାନ ରୋଉଥିବା ବେଳେ ବଜ୍ରପାତରେ ଟଳି ପଡ଼ିଛନ୍ତି।

ସେପଟେ କେନ୍ଦ୍ରାପଡ଼ା ଓଳାଭର ଗାଁର ରମାକାନ୍ତ ବେଜ କୌଣସି କାମରେ ଚାନ୍ଦବାଲି ଆସିଥିବା ବେଳେ ତାଙ୍କର ମଧ୍ୟ ବଜ୍ରାଘାତରେ ମୃତ୍ୟୁ ହୋଇଛି।

ସେପଟେ ବାଲେଶ୍ୱର ନୀଳଗିରି ଅରବନ୍ଧ ଗାଁରେ ଜଣେ ଚାଷୀ ଏବଂ  ଭଦ୍ରକ ଗୋବିନ୍ଦପୁର ପଞ୍ଚାୟତ ପଇତିପୁର ଗାଁରେ ଜଣେ ବ୍ୟକ୍ତିଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

You might also like