ଭୁବନେଶ୍ୱରରେ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:ଭୁବନେଶ୍ୱରରେ ପୁଣି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲ କର୍ମଚାରୀ ଥିବା ବେଳେ ଗୋଟିଏ ଲୋକାଲ୍ କେସ୍ ରହିଛି। ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ଏହି ସୂଚନା ଦେଇଛି।

କରୋନାରେ ଆକ୍ରାନ୍ତ ହୋଇଥିବା ୫ ଜଣ ମେଡିକାଲ କର୍ମଚାରୀଙ୍କ ତଥ୍ୟ ଦେଇଛି ବିଏମ୍‌ସି। ଭୁବନେଶ୍ୱର ଏମ୍‌ସର ୪ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ଆପୋଲୋ ହସ୍ପିଟାଲର ଜଣେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆଉ ଜଣେ ପୋଖରୀପୁଟ ଅଞ୍ଚଳର ୩୫ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ବିଏମ୍‌ସି ସୂଚନା ଦେଇଛି।

କେବଳ ଭୁବନେଶ୍ୱର ମହାନଗର ନିଗମରେ ୯୯ ଜଣ ମୋଟ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫୪ ସୁସ୍ଥ, ୩ ମୃତ ଓ ୪୨ ଜଣ ଏବେବି ଚିକିତ୍ସିତ ହେଉଛନ୍ତି। ଆଜି ମଧ୍ୟ ଜଣେ ସୁସ୍ଥ ହୋଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛି ବିଏମ୍‌ସି।

You might also like