ସରକାରୀ ସ୍କୁଲ୍ରୁ ୬ କରୋନା ପଜିଟିଭ ଚିହ୍ନଟ
ବିନିକା: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏକ ସରକାରୀ ହାଇସ୍କୁଲ୍ରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ଛାତ୍ର ଏବଂ ୨ ଜଣ କର୍ମଚାରୀ ଥିବା ଜଣାପଡ଼ିଛି।
ସମ୍ପୃକ୍ତ ସ୍କୁଲ୍ର ମୋଟ ୫୧ ଜଣଙ୍କ କରୋନା ଟେଷ୍ଟ୍ କରାଯାଇଥିଲା। ସ୍କୁଲ୍ କ୍ୟାମ୍ପସରେ ୨୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିବା ବେଳେ ୧୩ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ଅନ୍ୟମାନଙ୍କ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୬ ଜଣ ଆଣ୍ଟିଜେନ୍ ଟେଷ୍ଟ୍ରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୪ ଜଣ ଛାତ୍ର ଏବଂ ୨ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ସୂଚନା ଦେଇଛନ୍ତି।
ସୂଚନାଥାଉ କି, ଝାରସୁଗୁଡ଼ା ସରକାରୀ ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୧ ଚିହ୍ନଟଙ୍କ ମଧ୍ୟରେ ୮ ଛାତ୍ର, ୧୩ ଶିକ୍ଷକ ଓ କର୍ମଚାରୀ ଅଛନ୍ତି।