ଗୋଟିଏ ପରିବାରରୁ ବାହାରିଲେ ୬ କରୋନା ପଜିଟିଭ୍‌

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ବିଲାଟ ଗାଁର ଗୋଟିଏ ପରିବାରର ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହା ପୂର୍ବରୁ ଏହି ପରିବାରର ୨ ଜଣଙ୍କର କରୋନା ପଜିଟିଭ ଆସିଥିଲା। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏବେ ଏହି ପରିବାରର ଆଉ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସମସ୍ତ ଆକ୍ରାନ୍ତଙ୍କୁ ଭବାନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଉକ୍ତ ପରିବାରର ଜଣେ ବ୍ୟକ୍ତି ତାମିଲନାଡୁରୁ ଫେରି ୭ ଦିନ କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ରହି ଘରକୁ ଫେରିଥିଲେ। କ୍ୱାରେଣ୍ଟିନ୍ ସେଣ୍ଟରରେ ଥିବାବେଳେ ତାଙ୍କର ସ୍ୱାବ୍‌ ଟେଷ୍ଟ ହୋଇଥିବା ବେଳେ ଘରକୁ ଯିବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଗତ ୧୬ରେ ପରିବାରର ଅନ୍ୟ ସଦସ୍ୟଙ୍କ ସ୍ୱାବ୍‌ ଟେଷ୍ଟ ହୋଇଥିଲା। ଏଥିରେ ୬ ଜଣଙ୍କର ପଜିଟିଭ ଥିବା ଜଣାପଡ଼ିଛି। ସେମାନଙ୍କୁ ଗତକାଲି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ  ବିଲାଟ  ଗାଁକୁ  କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରା ଯାଇଛି। ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଉକ୍ତ ଗାଁରେ ମେଡିକାଲ୍ ଟିମ୍ ସମେତ ପୁଲିସ୍‌ ପ୍ରଶାସନ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ କରୁଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ

You might also like