ସେକ୍ସ ରାକେଟ୍ ମାମଲା: ରାଣୀ ମହୁମାଛି ସହ ବଡ଼ ବାବୁ ଗିରଫ

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଗିରଫ ହୋଇଛନ୍ତି। ଭୁବନେଶ୍ୱର ପଲାସପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସାଧାରଣ ସମ୍ପାଦକ ସୁରେଶଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅନ୍ୟ ୬ ଜଣଙ୍କୁ ବି ଗିରଫ କରାଯାଇଛି। ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କିରାଣୀ ସଂଗ୍ରାମ ଦାଶ ବି ଅଛନ୍ତି। ଏହାଛଡ଼ା ଭିନ୍ନକ୍ଷମ ତାଲିମ କେନ୍ଦ୍ରର ୨ ଜଣ କର୍ମଚାରୀଙ୍କୁ ବି ଗିରଫ କରାଯାଇ ତଦନ୍ତ କରାଯାଉଛି।

ମାମଲାରେ ଭୁବନେଶ୍ୱରର ଜଣେ ଦଲାଲ ଓ କଟକର ଜଣେ ରାଣୀ ମହୁମାଛି ବି ରହିଛନ୍ତି। ଏହି ମାମଲାରେ ଏମାନଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରୟାସ କରାଯିବା ସହ ଭିନ୍ନକ୍ଷମ କେନ୍ଦ୍ରର ସିସିଟିଭି ଯାଞ୍ଚ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। କେଉଁ ସମୟରେ, କେଉଁ ଭଳି ଭାବେ ଏବଂ ଏହି ମାମଲାରେ କିଏ କିଏ ସାମିଲ ସେ ଦିଗକୁ ବି ତଦନ୍ତ ପରିସରକୁ ନିଆଯିବ ବୋଲି ଡିସିପି କହିଛନ୍ତି।

ଏହି ମାମଲାରେ ଆମେ ୬ ଜଣଙ୍କୁ ଗିରଫ କରିଛୁ। ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବୁ। କଟକର ଜଣେ ମହିଳାଙ୍କ ମଧ୍ୟ ଏଥିରେ ସମ୍ପୃକ୍ତି ରହିଛି। ଏମାନେ ଝିଅମାନଙ୍କୁ ଯୌନ ଶୋଷଣ କରିବାକୁ ବାଧ୍ୟ କରାଉଥିଲେ ବୋଲି ବୋଲି ଆମେ ତଦନ୍ତ ସମୟରେ ଜାଣିବାକୁ ପାଇଲୁ। କିନ୍ତୁ ଲକ୍‌ଡାଉନ୍ ସମୟରେ ଏହି ଅନୁଷ୍ଠାନ ବନ୍ଦ ଥିଲା। 
-ଉମାଶଙ୍କର ଦାସ, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ ଚାଲିଥିବା ନେଇ ସେହି ମହାସଂଘର କିଛି ଅନ୍ତେବାସୀ ଓ ଷ୍ଟାଫ୍ ଫର୍ଦ୍ଦାଫାଶ କରିଥିଲେ। କେମିତି ହୁଏ ଡିଲ୍ ତାର ଏକ ଭିଡିଓ ମଧ୍ୟ ଅଭିଯୋଗକାରୀ ସାମ୍ନାକୁ ଆଣିଥିଲେ। ଦିନରେ ୨୫ ଶହ, ରାତି ପାଇଁ ୫ ହଜାର ଟଙ୍କାରେ ଡିଲ୍ ହୁଏ ବୋଲି କହିଥିଲେ। ବାହାରୁ ଯୁବତୀ ଆସନ୍ତି, ଆଉ ତାଙ୍କ ପାଇଁ ନାମୀଦାମୀ ଗ୍ରାହକ ସୁରେଶ ଚନ୍ଦ୍ର ବେହେରା ଠିକ୍ କରନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ପଢନ୍ତୁ: ବଣଭୋଜି କରିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଗଣଦୁର୍ଷ୍କମ ଅଭିଯୋଗ

ଏମିତିକି ତାଲିମ କେନ୍ଦ୍ର ତଦାରଖ କରିବାକୁ ଆସୁଥିବା କିଛି ସରକାରୀ ବାବୁ ମାନଙ୍କ ପାଇଁ ଏଠାରେ ଥିଲା ସ୍ୱତନ୍ତ୍ର ରୁମ୍ ସହ ସ୍ୱତନ୍ତ୍ର ବ୍ୟବସ୍ଥା ହୋଉଥିଲା। ବଡ କଥା ହେଲା କେବେ କେବେ ବାହାରୁ ଯୁବତୀ ନଆସି ପାରିଲେ, ସେଠାରେ ରହୁଥିବା ଭିନ୍ନକ୍ଷମ ଯୁବତୀଙ୍କୁ ମଧ୍ୟ ବାଧ୍ୟ କରାଯାଇ ବ୍ୟବହାର କରାଯାଉଥିବାର ସାଂଘାତିକ ଅଭିଯୋଗ ହୋଇଥିଲା। ଏପରିକି ଦିବ୍ୟାଙ୍ଗଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଥିଲା। ଏହି କେଳେଙ୍କାରୀର ଗୁମର ଫିଟିବା ପରେ ସେହି ଦିନ ଠାରୁ ସୁରେଶଙ୍କ ପତ୍ତା ମିଳୁନଥିଲା। ବହୁ ତନାଘନା ପରେ ତାଙ୍କୁ ପୋଲିସ ଧରିଥିଲା।

You might also like